ଦ୍ବାଦଶ ଯାତ୍ରା


ଆସ ସଖୀ ସର୍ବେ ଆସ
କାଳିଆ ଡାକୁଛି ଶ୍ରୀକ୍ଷେତ୍ରେ ଆସ ଗୋ
ଯହିଁ ଦେଖିବ ଦ୍ବାଦଶ ଯାତ
ସଜନୀ ଗୋ ।

ବୈଶାଖେ ଚନ୍ଦନ ଯାତ
ଜ୍ଯେଷ୍ଠରେ ସ୍ନାହାନ ଧରା ତପତ ଗୋ
ଆଶାଢରେ ଦେଖ ରଥଯାତ
ସଜନୀ ଗୋ ।

ଆଶାଢେ ହରିଶୟନ
ଶ୍ରାବଣ ମାସରେ ଦକ୍ଷିଣାୟନ ଗୋ
ଭାଦ୍ରବେ ପାର୍ଶ୍ବପରିବର୍ତ୍ତନ
ସଜନୀ ଗୋ ।

କାର୍ତ୍ତିକେ ହରିଉତ୍ଥାନ
ମାର୍ଗଶୀରରେ ପଷ୍ଠୀ ପ୍ରାବରଣ ଗୋ
ଦେବାଭିଷେକ ପୌଷ ମାସରେ
ସଜନୀ ଗୋ ।

ଉତ୍ତରାୟଣ ମାଘରେ
ଦେଖ ଦୋଳଯାତ ଫାଲଗୁନରେ ଗୋ
ଦମନକ ଚୋରି ଚୈତ୍ରରେ
ସଜନୀ ଗୋ ।
🪷🪷🪷🪷🪷👏👏
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ