ଓଜିପିଏଲ ସିଜନ-୩ କ୍ରିକେଟ ପ୍ରତିଯୋଗିତା : ଓଜି ୱାରୀୟସ ଚାମ୍ପିୟାନ

ଗୁଣପୁର,(ୱାଇଏନଏସ): ପୁରୁଣା-ଗୁଣପୁର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ଓ.ଜି.ପି.ଏଲ ର ସିଜନ-୩ କ୍ରିକେଟ ପ୍ରତିଯୋଗିତାରେ ଓଜି ୱାରୀୟସ ଦଳ ଚାମ୍ପିୟାନ ହୋଇଛି। ଫାଇନାଲ ମ୍ୟାଚ ରେ ଓଜି ୱାରୀୟସ ଏବଂ କିଙ୍ଗ ଟାଇଟନ ମଧ୍ୟରେ କଡ଼ାଟକ୍କର ଦେଖିବାକୁ ମିଳିଥିଲା। ଟସ ଜିଣି ଓଜି ୱାରୀୟସ ଦଳ ନିର୍ଦ୍ଧାରିତ ୧୨ ଓଭର ରେ ମୋଟ ୧୦୦ ରନ ସଂଗ୍ରହ କରିଥିବା ବେଳେ କିଙ୍ଗସ ଟାଇଟନ ୧! ଓଭରରେ ସର୍ବମୋଟ ୭୫ ରନ କରି ସମସ୍ତ ଖେଳାଳି ଆଉଟ ହୋଇ ଯିବା ଯୋଗୁଁ ଓଜି ୱାରୀୟସ ବିଜୟୀ ହୋଇଥିଲେ। ଉଦଯାପନୀ ଦିବସରେ ସ୍ଥାନୀୟ ବିଜେଡି ଯୁବନେତା ରାମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୌରପରିଷଦର କାଉନସିଲର ଭାଗିରଥି ବିଷୋୟୀ ଯୋଗଦେଇ ଚାମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଯାତ୍ରା ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୁମାର ଶବର, ସୁଗୁନ, ପ୍ରସାଦ, କାଳିଆ, ସାରଥୀ, ଦିଲୁ, ଚାନ୍ଦୁ, ଗୋବିନ୍ଦ, ସ୍ଵନୀଲ, ସାଗର ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ