ଦ୍ୱାରଦ୍ୱାର ବୁଲି ବୁଲି ଭୋଟ ଭିକ୍ଷା କଲେ ସିପିଏମ୍ ପ୍ରାର୍ଥୀ
ରଣପୁର (ଜୁଗାବ୍ଦ ନ୍ୟୁଜ୍): ସୋମବାର ଅପରାହ୍ନରେ ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ସିପିଏମରୁ ପ୍ରାର୍ଥୀ ହୋଇଥିବା ପ୍ରାର୍ଥୀ ନିତ୍ୟାନନ୍ଦ ପରିଡ଼ା ସମର୍ଥକଙ୍କ ସହ ଦ୍ୱାରଦ୍ୱାର ବୁଲି ଭୋଟ୍ ଭିକ୍ଷା କରୁଥିବା ଦେଖାଯାଇଥିଲା । ଶ୍ରୀ ପରିଡା ସିପିଏମ୍ର ଜଣେ ରାଜ୍ୟ ସ୍ତରୀୟ ନେତା ଶ୍ରୀ ପରିଡ଼ା ଏବେ ନରସିଂହପୁର ପଞ୍ଚାୟତର ସରପଞ୍ଚ ଅଛନ୍ତି । ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ରଣପୁର ସିପିଏମର ଏକ ଗଡ଼ ଥିବାବେଳେ ୧୯୮୦ ମସିହାରୁ ଦୁର୍ବଳ ସଙ୍ଗଠନ ଯୋଗୁ ଦଳ ପରାଜୟର ସ୍ୱାଦ ଚାଖିବାକୁ ପଡୁଛି ।