ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଟାଉନ ହଲ ପରିସରରେ ପାରଳାଖେମୁଣ୍ଡି ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର ଦ୍ଵାରା ଦ୍ୱିତୀୟ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଆଦର୍ଶ ଦାସ ସଭାପତିତ୍ୱ କରିଥିବା ବେଳେ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଙ୍କ ଦ୍ଵାରା ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଆଲୋକ ପ୍ରଧାନ,ସମ୍ମାନୀତ ଅତିଥି ଭାବେ ଗୁରୁ ଡକ୍ଟର ଗଜେନ୍ଦ୍ର ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ୍ ଓ ଅନୁଷ୍ଠାନର ସଭାପତି ବିଚିତ୍ରା ନନ୍ଦ ବେବର୍ତ୍ତା,ସମ୍ପାଦିକା ଡି.ପ୍ରିୟଙ୍କା, ଆବାହକ ଡି. ମୋହନ ରାଓ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ରମଲି ଇବ୍ରାହିମ ଙ୍କ ଅନୁଷ୍ଠାନ ସୂତ୍ର ଫାଉଡେଶନର କଳାକାରଙ୍କ ସହ ଓଡ଼ିଶାର ବିଶିଷ୍ଟ ନୃତ୍ୟ ଶିଳ୍ପୀ, ଆୟୋଜକ ଅନୁଷ୍ଠାନର ବରିଷ୍ଠ ଓ ଶିଶୁ କଳାକାର ମାନେ ଓଡିଶୀ,ସମ୍ବଲପୁରୀ, ନୃତ୍ୟାଭିନୟ ସହ ପୁରୀର ବଟ ଗୋପାଳ ତ୍ରିପାଠୀଙ୍କ ସାଥୀ ମାନେ ଓଡିଶୀ ସଙ୍ଗିତ ପରିବେଷଣ କରିଥିଲେ। ଉପାନ୍ତ ଅଞ୍ଚଳରେ ବିଦେଶୀ ତଥା ଭାରତୀୟ କଳାକାର ମାନଙ୍କର ଓଡିଶୀ ତଥା ଅନ୍ୟାନ୍ୟ ବିଭିନ୍ନ ଢଙ୍ଗର ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅନୁଷ୍ଠାନ ଓ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶିକା ଡି ପ୍ରିୟଙ୍କାଙ୍କୁ ଅତିଥି ମାନେ ଭୁୟସ ପ୍ରଶଂସା କରିଥିଲେ।ଏହି ଅବସରରେ ଉଲ୍ଲେଖନିୟ ଅବଦାନ ପାଇଁ କ୍ରୀଡ଼ା କ୍ଷେତ୍ରରେ କିଶୋର ଚନ୍ଦ୍ର ରଥ ସଙ୍ଗୀତ କ୍ଷେତ୍ରରେ ନରସିଂହ ପ୍ରସାଦ ପାଢ଼ୀ, ନାଟକ କ୍ଷେତ୍ରରେ ମନୋଜ କୁମାର ପାଢୀ, ଯନ୍ତ୍ର ସଙ୍ଗୀତ କ୍ଷେତ୍ରରେ ଆଇ ମନ୍ମଥ ରାଓ, ସରସ୍ଵତ କ୍ଷେତ୍ରରେ ବିଷ୍ଣୁ ମୋହନ ଅଧିକାରୀ ଙ୍କୁ ସମ୍ମାନୀତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନୁଷ୍ଠାନର ସଦସ୍ୟା ଅରୁପାଞ୍ଜଳି ମହାନ୍ତି ସଂଯୋଜନା କରିଥିଲେ।ଦୀର୍ଘ ଦିନ ପରେ ପାରଳାଖେମୁଣ୍ଡିରେ ଓଡ଼ିଶୀ ତଥା ସମ୍ବଲପୁରୀ ନୃତ୍ୟ ଓ ଓଡିଶୀ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥିବାରୁ ସଂସ୍କୃତିକ ସନ୍ଧ୍ୟା ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ରାଜା ପାତ୍ର, ବାଳକୃଷ୍ଣ ପାଣିଗ୍ରାହୀ, ରଶ୍ମିତା ପଣ୍ଡା, ନିର୍ଝରଣୀ ପଣ୍ଡା, ସୁନିଲ ପରିଛା ପ୍ରମୁଖ ପରିଚାଳନା କରିଥିଲେ।