ଦ୍ୱିତୀୟ ଇନିଂସ ଜିତିଲେ ବ୍ୟୋମକେଶ

ଚାନ୍ଦବାଲି, (ଯୁଗାବ୍ଦନ୍ୟୁଜ): ସବୁ ଅଙ୍କ ଭୁଲ୍ ହୋଇଗଲା, ସବୁ ଗୁଜବ ଓ ନିର୍ବାଚନୀ ଅଙ୍କକଷାକୁ ଛିଣ୍ଡେଇ ଦେଇ ଚାନ୍ଦବାଲି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ଦ୍ୱିତୀୟ ଇନିଂସ ଖେଳିବାକୁ ବିଜୟ ଟିକା ପିନ୍ଧିଛନ୍ତି । ବିରୋଧୀ ପ୍ରତିପକ୍ଷ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କୁ ୫ ହଜାରରୁ ଅଧିକ ଭୋଟ୍ରେ ପରାଜିତ କରି ପୁଣି ଦ୍ୱିତୀୟ ବାର ବିଧାୟକ ପଦ ଅଳଙ୍କୃତ କରିଛନ୍ତି । ବ୍ୟୋମକେଶଙ୍କୁ ଦ୍ୱିତୀୟ ଥର ପାଇଁ ଟିକେଟ ନ ଦେବା ପାଇଁ ନିଜ ଦଳରୁ କେତେକ କୁଚକ୍ରି ସଭା ସମିତି କରି ପ୍ରତିବାଦ କଲେ । ତାହା ସଫଳ ନ ହେବାରୁ ବିଜେପିରେ ସାମିଲ ହୋଇ ନାରା ଦେଲେ ୨୫ ହଜାର ରୁ ଅଧିକ ଭୋଟ୍ରେ ବ୍ୟୋମକେଶ ଙ୍କୁ ପରାଜିତ କରିବେ । ବିରୋଧୀଙ୍କୁ ପ୍ରତିହତ କରି ଦ୍ୱିତୀୟ ଥର ଟିକେଟ ଆଣିଲେ ଓ ଦ୍ୱିତୀୟ ଥର ବିଧାୟକ ପଦବୀ ଅଳଙ୍କୃତ କଲେ ବ୍ୟୋମକେଶ । ଶେଷରେ ସବୁ ଅଙ୍କ ଭୁଲ୍ କରି ୫ ହଜାର ରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କଲେ ସେ । ଏଠାରେ ସୂଚନା ଯୋଗ୍ୟ ଯେ – ୨୦୧୪ ରେ ସମ୍ପୂର୍ଣ୍ଣ ନବାଗତ ଛାତ୍ର ବିଜୁଜନତାର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏହି ଆସନରେ ନିଜ ମାମୁଁ (ବିଧାୟକ ବିଜୟ ନାୟକ)ଙ୍କ ଟିକେଟ କାଟି ବିଜେଡି ଟିକେଟ ହାତେଇ ଥିଲେ । ତାଙ୍କୁ ନିଜ ଦଳ ବିଜେଡିରୁ ହୋଇଥିଲା ତୀବ୍ର ବିରୋଧ । ୨୦୧୪ ଓ ୨୦୧୯ ନିର୍ବାଚନରେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ଯେଉଁ ପରି ବାଜା ବଜାଇ ନିର୍ବାଚନ ଲଢିଲେ ସମସ୍ତେ ଭାବିଥିଲେ ମନମୋହନ ଭାଇ ଏଥର ଚାନ୍ଦବାଲିରେ ୧ ନମ୍ବର ଖାତାରେ ରହି ଜିତିବେ । ସବୁ ଓଲଟା ହୋଇଗଲା ୨୦୧୪ ନିର୍ବାଚନରେ । ନିର୍ବାଚନ ଫଳାଫଳରୁ ଜଣାପଡିଲା ବିଜେଡି ପ୍ରାର୍ଥୀ ବ୍ୟୋମକେଶ୍ ରାୟ ୨୦୧୪ ରେ ୬୮.୫୫୭ ଖଣ୍ଡ ଭୋଟ ପାଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ୪୩.୬୭୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଲେ । ତେବେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ୩୮.୯୫୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଲେ । ଏହି ଆସନକୁ ବିଜୁ ଜନତା ଦଳ ୨୦୦୯ ଠାରୁ କ୍ରମାକଗତ ଭାବେ ତୃତୀୟ ଥର ପାଇଁ କବଜାରେ ରଖିଲା । ୨୦୧୪ ନିର୍ବାଚନରେ ଏହି ଆସନରେ ବିଜେଡି ର ନିକଟତମ ପ୍ରତିଦ୍ୱନ୍ଦୀ ଥିଲା କଂଗ୍ରେସ । କିନ୍ତୁ ୨୦୧୯ ନିର୍ବାଚନରେ ବିଜେଡି ର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ତିହିଡି ବ୍ଲକର ୯ ପଞ୍ଚାୟତ ଶଙ୍ଖ ବଦଳରେ ଫୁଲ କୁ ଲିଡ୍ ଦେଇଥିବାରୁ ଚର୍ଚ୍ଚା ଜୋର୍ ଧରିଛି । କାହିଁକି ଏହି ୯ ପଞ୍ଚାୟତର ଭୋଟ୍ ଏପରି ହେଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ