ଦ୍ୱିତୀୟ ନନ୍ଦ କିଶୋର ରାଜ୍ୟସ୍ତରୀୟ ମହିଳା ପ୍ରତିଯୋଗିତ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ସିଟି କ୍ଲବ ଓ ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ପକ୍ଷରୁ ୟୁନଟ୍‌-୧ ଖେଳପଡ଼ିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ନନ୍ଦକିଶୋର ମହିଳା ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଆଜିର ଖେଳ କଟକର ବିଡ଼ାନାସୀ ଓ କିଟ୍‌-କିସ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ ବିଡ଼ାନାସୀ ଦଳ ୧-୦ ଗୋଲରେ ବିଜୟୀ ହୋଇ ଚଳିତ ବର୍ଷର ଚମ୍ପିଆନ ହୋଇଛନ୍ତି ।ଏହି ଉତ୍ସବରେ ରୁଚି ମସଲାର ଏମ୍‌.ଡ଼ି ଶରତ କୁମାର ସାହୁ, ପୂର୍ବତନ ଭାରତୀୟ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା, ପାଇକ ସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ମୁକ୍ତିକାନ୍ତ ଦାସ, ସହଦେବ ରାଉତ, ରଘୁ ପଣ୍ଡା, ଭାଗ୍ୟଧର ପଣ୍ଡା ଏବଂ ସିଟି କ୍ଲବର ସମ୍ପଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ବିଜେତା ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କାର ଅର୍ଥରାଶି ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିଥିଲେ । ଖେଳ ପରିଚାଳନା କରିଥିଲେ ଟି. ମୋହନ ରାଓ, ସୁଜିତ ପାତ୍ର, ଶିବ ଦେହୁରୀ ଏବଂ ସୁଜିତ ପାଇକରାୟ । ସୀମରାଣୀ ଦେହୁରୀ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ବେଷ୍ଟ ଗୋଲକିପର ଭାବେ ଶ୍ୱେତାପଦ୍ମା ସାହୁଙ୍କୁ ମନୋନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ