ଦ୍ୱିତୀୟ ରି ପ୍ଲବିକ୍ ଡେ ଫୁଟବଲ ଟୂର୍ଣ୍ଣାମେଣ୍ଟ ଉଦଘାଟିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଷ୍ଟାଡିୟମ ପରିସରରେ ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲାପ୍ରଶାସନ ଏବଂ ଛତ୍ରପୁରର ୟୁରୋ କିଡସ୍ ପ୍ରି ସ୍କୁଲର ମିଳିତ ଆନୁକୂଲ୍ୟରେ ଶକ୍ତି ଏଣ୍ଡ ଏଜ୍ୟୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ରଙ୍କ ସଂଯୋଜନାରେ ପାଞ୍ଚଦିନିଆ ଅନ୍ତଃ ଜିଲ୍ଲାସ୍ତରୀୟ ଦ୍ୱିତୀୟ ରି ପ୍ଲବିକ୍ ଡେ ଫୁଟବଲ ଟୂର୍ଣ୍ଣାମେଣ୍ଟ ବୁଧବାର ଉଦଘାଟିତ ହୋଇଯାଇଛି । ଏହାକୁ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥୀଭାବେ ଯୋଗଦେଇ ଉଦଘାଟନ କରିବା କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଏହାସହ ଆୟୋଜକ ଏବଂ ଏହାକୁ ପରିଚାଳନା କରୁଥିବା ସମସ୍ତ କ୍ରିଡାବିତ୍ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଉଦଘାଟନୀ ଦିବସ ପ୍ରଥମ ମ୍ୟାଚ ଛତ୍ରପୁର ଟାଉନ ଫୁଟବଲ କ୍ଲବ ସହ ଦିଗପହଣ୍ଡି ଫୁଟବଲ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲ।। ପେନାଲଟିକ୍ ସଟ୍ ଅନୁସାରେ ଦିଗପହଣ୍ଡି ଫୁଟବଲ କ୍ଲବ ୬-୫ ଗୋଲରେ ଛତ୍ରପୁର ଟାଉନ ଫୁଟବଲ କ୍ଲବ କୁ ହରାଇ ବିଜୟୀ ହୋଇଥିଲେ । ପ୍ରଥମ ମ୍ୟାଚର ମ୍ୟାନଅଫ୍ ଦି ମ୍ୟାଚ ଭାବେ ଦିଗପହଣ୍ଡି କ୍ଲବ ଗୋଲ ରକ୍ଷକ ପ୍ରିୟରଂଜନ ମଲ୍ଲିକଙ୍କୁ ମୁଖ୍ୟ ଅତିଥୀ ଟ୍ରଫିସହ ପୁରସ୍କାର ପ୍ରଦାନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ଭଂଜନଗର ଫୁଟବଲ କ୍ଲବ ସହ ବ୍ରହ୍ମପୁର ନୀଳକଣ୍ଠନଗର ନଟିଫଟି ଫୁଟବଲ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲ।। ଏଥିରେ ଭଂଜନଗର ଫୁଟବଲ କ୍ଲବ ୨-୦ ଗୋଲରେ ନଟିଫଟି ଫୁଟବଲ କ୍ଲବ କୁ ହରାଇ ବିଜୟୀ ହୋଇଥିଲେ । ଏହି ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଭଂଜନଗର ଫୁଟବଲ କ୍ଲବର ଶଙ୍କର ମଲ୍ଲିକ ଙ୍କୁ ଟ୍ରଫି ଦେଇ ଅତିଥୀମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲ।। ଦ୍ୱିତୀୟ ମ୍ୟାଚରେ ମୁଖ୍ୟ ଅତିଥୀଭାବେ ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ଯୋଗଦେଇ କ୍ରିଡାବିତ୍ ଉତ୍ସାହିତ କରିବାସହ ପୁରସ୍କାର ବିତରଣ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ଜିଲ୍ଲା କ୍ରିଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଟାଟା କଂପାନୀର (ପ୍ରଶାସକ) ମ୍ୟାନଜର ସଂଜୀବ କୁମାର ସାହୁ ସବ୍ୟସାଚୀ କର ଓ ବିନୋଦ ମହାପାତ୍ର ଅତିଥୀ ଭାବେ ଯୋଗଦେଇଥିବା ବେଳେ ୟୁରୋ କିଡସ୍ ପ୍ରି ସ୍କୁଲର ପ୍ରିନ୍ସପାଲ ଡାଏନା ମିଶ୍ର, କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ଶିକ୍ଷୟତ୍ରୀ କାଜଲ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ ଅତିଥୀମାନଙ୍କୁ ପରିଚୟ ପ୍ରଧାନ କରିଥିଲେ । ଆଜିର ଖେଳ ପତାକା କୁ ପୂର୍ବାହ୍ମରେ ସ୍କୁଲର ପ୍ରିନ୍ସପାଲ ଡାଏନା ମିଶ୍ର ଉତ୍ତୋଳନ କରିଥିଲେ । ଅନୁଷ୍ଠିତ ଆଜିର ଦୁଇଟି ମ୍ୟାଚ କୁ ରେଫରୀ ଭାବେ ରଂଜିତ୍ ପାତ୍ର, ପରେସ ମହାପାତ୍ର, କୈଳାଶ ଶତପଥୀ, ବିଜୟ ଅଧିକାରୀ, ଭୀମସେନ ଦାଶ ଓ ରମେଶ ବେହେରା ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ୟୁରୋ କିଡସ୍ ପ୍ରି ସ୍କୁଲ କ୍ରିଡା ଶିକ୍ଷକ ସନ୍ତୋଷ ଗୈାଡ, ତୁଷାର କାନ୍ତ ପାଣ୍ଡି, ଡି.ଗଣେଷ ରାଓ, ଏ.ମୋହନ ରାଓ, ଏମ୍.ରବିନ୍ଦ୍ର ସେନାପତି, ଭେଙ୍କଟ ରାଓ ଦୋରା, ଅଜୟ ପରିଡା, ରବିନ୍ଦ୍ର ଶତପଥୀ, କେ.ରାମାରାଓ, ଏସ.ଶ୍ରୀନିବାସ ରେଡ୍ଡୀଙ୍କ ସମେତ ଛତ୍ରପୁର ସହରର ବହୁକ୍ରିଡାବିତ୍ ମାନେ ସହଯୋଗ କରିଥିଲେ । ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଦୀର୍ଘଦିନ ପରେ ଫୁଟବଲ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବାରୁ ଷ୍ଟାଡିୟମ ପରିସର ଖେଳ ଦେଖିବା ନିମନ୍ତେ ଛତ୍ରପୁର ଓ ଆଖାପାଖ ଅଂଚଳ ବହୁ ଜନସାଧାରଣ ମନଖୋଲି ଖେଳକୁ ଦେଖି ଉପଭୋଗ କରିଥିଲେ । ଯୁବ ଶକ୍ତିକୁ ଆକର୍ଷିତ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ଏବଂ ୟୁରୋ କିଡସ ପ୍ରି ସ୍କୁଲ ପକ୍ଷରୁ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜନ କରିଥିବା ରୁ ବୁଦ୍ଧିଜିବୀ ମାନେ ପ୍ରଶଂସା କରିଛନ୍ତି । ଏହି ଟୂର୍ଣ୍ଣାମେଣ୍ଟ ଜାନୁୟାରୀ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।