ଦ୍ୱିତୀୟ ସପ୍ତାହ ରେ ପ୍ରକାଶ ପାଇବ ମାଟ୍ରିକ ଫଳ
ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ମୂଲ୍ୟାୟନ ଠାରୁ ଆରମ୍ଭ କରି ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଁଛିଥିଲା । ମେ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋର୍ଡକତ୍ତୃପକ୍ଷ ସୂଚନା ଦେଇଥିଲେ କିନ୍ତୁ ଫୋନି ପାଇଁ ସବୁକିଛି ଗଡବଡ ହୋଇଯାଇଛି । ମେ ୨ୟ ସପ୍ତାହ ରେ ମାଟ୍ରିକ ଫଳ ପ୍ରକାଶ ହୋଇ ବୋର୍ଡକତ୍ତୃ ପକ୍ଷ ଚିନ୍ତା କରୁଛନ୍ତି । ଏପ୍ରେଲ ୫ ତାରିଖ ରେ ମୂଲ୍ୟାୟନ ସରିଥିଲା ଦୀର୍ଘ ଉତ୍ତରମୂଳକ ମୂଲ୍ୟାୟନ ଚାଲିଥିବା ବେଳେ ରାଜ୍ୟ ବାହାରରେ ଓଏମଆର ସିଟ ରେ ମଧ୍ୟ ମୂଲ୍ୟାୟନ ଚାଲିଥିଲା । ବୋର୍ଡ ଆଶା ରଖିଥିଲା ମେ ପ୍ରଥମ ସପ୍ତାହ ରେ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ କିନ୍ରୁ ଫୋନି ପାଇଁ ଉପୁଜିଥିବା ବିଦ୍ୟୁତ ସକଂଟ ମାଟ୍ରକ ଫଳ ପ୍ରକାଶନ ରେ ବାଧା ସୃଷ୍ଟି କରିଥିଲା । ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୨ ତାରିଖ ରେ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା । ଚଳିତ ବର୍ଷ ମୋଟ ୫ ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷା ଦେଇଥିଲେ ।