ଧରାବତରଣ କରିଛନ୍ତି ମହାମାୟା ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସିଲା ପରି ମେଢ଼
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଅପେକ୍ଷାରେ ପୂର୍ଣ୍ଣଛେଦ ପଡ଼ିଛି, ମା’ ଓ ଭକ୍ତଙ୍କ ମିଳନ ହୋଇଛି, ଏବେ ଚାରି ଆଡ଼େ ଖାଲି କୋଳାହଳ, ଯାହାଙ୍କ ଆଗମନ ପାଇଁ କୋଟିକୋଟି ଉତ୍ସୁକ ନେତ୍ର ଚାହିଁ ରହିଥିଲା, ମା’ ଓହ୍ଲାଇଛନ୍ତି ଧରାକୁ, ସୁସଜ୍ଜିତ ପୂଜା ମଣ୍ଡପରେ ବିରାଜିଛନ୍ତି ମା’ ଦୁର୍ଗତିନାଶିନୀ, ମା’ଙ୍କ ମୃଣ୍ମୟୀ ପୂଜାର ଆଦ୍ୟ ଲଗ୍ନକୁ ବେଶ୍ ଉତ୍ସୁକତାର ସହ ପ୍ରତ୍ୟକ୍ଷ କରିଛନ୍ତି ଶତାଧିକ ଶ୍ରଦ୍ଧାଳୁ। ଶନିବାର ସନ୍ଧ୍ୟାରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ଓ ନଈଗୁଆଁ ଅଞ୍ଚଳ ଯେମିତି କିଏ ରଙ୍ଗ ମାଖି ଦେଇଥିଲା, ସାରା ଅସ୍ତରଙ୍ଗ ଓ ନଈଗୁଆଁ ହୋଇଯାଇଥିଲା ପାର୍ବଣ ମୁଖର, ଝଲମଲ ଆଲୁଅକୁ ସୁଦୃଶ୍ୟ ତୋରଣ ଦେଖିବାକୁ ଆଖି ପାଉନି, ପୁଣି ଦେଖିଲେ ଲେଉଟି ଯିବାକୁ ମନ ଲୋଡ଼ୁନି, ଅସ୍ତରଙ୍ଗ ରେ ଅବିକଳ ପଶ୍ଚିମବଙ୍ଗ ମାୟାପୁର ଇସ୍କନ ମନ୍ଦିର।ଯିଏ ଦେଖୁଛି ପାଟିରୁ ସ୍ୱତଃ ବାହାରି ଆସୁଛି ଓ୍ଵାଃ,
ପୂଜା ମଣ୍ଡପମାନଙ୍କରେ ପାଞ୍ଜିକୁ ଆଧାର କରି ଚର ଲଗ୍ନେ ଦେବୀଙ୍କ ବିଲ୍ଵାଧିବାସ ଓ ବିଲ୍ଵବରଣ କରାଯାଇ ପୂଜାର୍ଚନା କରାଯାଇଛି, ମା’ଙ୍କୁ ଆବାହନ ବେଳେ ଉଚ୍ଚାରିତ ବୈଦିକ ମନ୍ତ୍ରରେ ଯେମିତି ସତେଜ ହୋଇଯାଇଛି ଅସ୍ତରଙ୍ଗ ଓ ନଈଗୁଆଁ ଅଞ୍ଚଳର ପରିବେଶ, ଦୀର୍ଘ ଦିନର ପ୍ରତୀକ୍ଷା ପରେ କେବଳ ମା’ ନୁହନ୍ତି ଅନେକ ଦେବଦେବୀଙ୍କୁ ଦେଖିବାକୁ ମିଳିଛି ବିଭିନ୍ନ ପୂଜା ମଣ୍ଡପରେ, ରବିବାର ପୀଠେ ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା, ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯାଇଛି।ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯାଇଛି । ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି । ସୋମବାର ମଣ୍ଡପରେ ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମା’ଙ୍କୁ ଚକ୍ଷୁଦାନ କରାଯିବ, ମଣ୍ଡପ ନିକଟରେ ମା ‘ଙ୍କୁ ଦର୍ଶନ କରିବା ଶହ ମୀନା ବଜାର ରେ ବେଶ ଭିଡ଼ ପରିଲିକ୍ଷିତ ହୋଇଥିଲା.


