ଧର୍ମପରାୟଣା ମହିଳାଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ଗୋବରା ପଂଚାୟତ ଆଠ ନମ୍ବର୍ ୱାର୍ଡ୍ ର ୱାର୍ଡ୍ ସଭ୍ୟ ତଥା ଗ୍ରାମ୍ୟ ପରି ଚାଳନା କମିଟି ସଦସ୍ୟ ସୁଦର୍ଶନ ସାହୁଙ୍କ ମାତା ସରସ୍ଵତୀ ସାହୁ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି I ସ୍ଵର୍ଗତା ସରସ୍ଵତୀ ଜଣେ ପରୋପକାରୀ ଏବଂ ଧର୍ମ ପରାୟଣା ମହିଳା ଥିଲେ I ତାଙ୍କ ମୃତ୍ୟୁରେ ଗୋବରା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି I ସରସ୍ଵତୀଙ୍କ ମୃତ୍ୟୁ ଖବର ପାଇବା ପରେ କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍, ସମିତିସଭ୍ୟ ବିଭୁପାଦ ଜେନା, ପୂର୍ବତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ୱାର୍ଡ୍ ସଭ୍ୟ କିରଣ କୁମାର ଗୌଡ଼, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର,ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ଗୋପାଳ କୃଷ୍ଣ ନାୟକ, ରାମଚନ୍ଦ୍ର ପାତ୍ର, ଧୋବା ଗୌଡ଼,ତ୍ରିନାଥ ଗୌଡ଼, ପ୍ରଫୁଲ୍ଲ ଜେନା, ପୁରୁଷୋତ୍ତମ ସାହୁ, ପ୍ରଶାନ୍ତ ମହାନ୍ତି,ଗନ୍ଧର୍ବ ପାତ୍ର, ଶ୍ରୀନିବାସ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସରସ୍ଵତୀଙ୍କର ଅନ୍ତିମ ଦର୍ଶନ କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଥିଲେ I ଗ୍ରାମ ଶ୍ମଶାନରେ ସରସ୍ଵତୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I ସାନ ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ