ଧର୍ମପରାୟଣା ମହିଳାଙ୍କ ପରଲୋକ
କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର କଂସାର ଗ୍ରାମର ଗୋବିନ୍ଦ ଚନ୍ଦ୍ର ସେଠୀଙ୍କ ଧର୍ମପତ୍ନୀ ସରସ୍ୱତୀ ସେଠୀଙ୍କର ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ । ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସାଧୁ ମୁଖାଗ୍ନି ଦେଇଥିଲେ । ଅମୀୟ ସେଠୀ, ଭ୍ରମର ସେଠୀ, କାଳିଆ ସେଠୀଙ୍କ ସମେତ ଜ୍ୱାଇଁ ଓ ପରିବାର ପରିଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ନାଥ ପଣ୍ଡା, ଗଣେଶ ନାୟକ, ପ୍ରଦୀପ ପରିଡା, ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ଆଦିକନ୍ଦ ପଣ୍ଡା, ସରପଞ୍ଚଙ୍କ ପ୍ରତିନିଧି ମନୋଜ କୁମାର ନାୟକ, ଈଶ୍ୱରୀ ଜେନା, ବ୍ରଜକିଶୋର ରାଉତ, ସମାଜସେବୀ ନିରଞ୍ଜନ ପରିଡା ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।