ଧର୍ମପରାୟଣା ମହିଳାଙ୍କ ପରଲୋକ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବେଣାପଡା ଗ୍ରାମର ସ୍ୱର୍ଗତଃ ଜଗନ୍ନାଥ ମହାନ୍ତିଙ୍କ ପତ୍ନୀ ଶୈଳବାଳା (୮୮)ଙ୍କର ଗୁରୁବାର ପରଲୋକ ଘଟିଛି । ସେ ୧୫ ଦିନ ହେବ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ଶେଷ ସମୟରେ ଦୁଇ ପୁଅ-ବୋହୁ, ତିନି ଝିଅ -ଜ୍ୱାଇଁ, ନାତି-ନାତୁଣୀ ତଥା ବନ୍ଧୁ ପରିଜନ ସମସ୍ତେ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ କରାଯାଇଛି । ବଡ ପୁଅ ବିଭୁତି ଭୂଷଣ ମୁଖାଗ୍ନ ଦେଇଥିବା ବେଳେ ସାନ ପୁଅ ଶଶିଭୂଷଣ ଉପସ୍ଥିତ ଥିଲେ । ସେ ଜଣେ ମିଷ୍ଟଭାଷୀ, ଧର୍ମପରାୟଣା ମହିଳା ରୂପେ ବେଶ ଜଣା ଶୁଣାଥରଲେ । ତାଙ୍କ ବିୟୋଗରେ ବେଣାପଡା ଗ୍ରାମବାସୀ ଓ ଆତ୍ନୀୟସ୍ୱଜନଙ୍କ ମହଲରେ ଶୋକର ଛାୟା ଖେଳିଯଇଛି ।