ଧର୍ମାନୁଷ୍ଠାନ, କମ୍ୟୁନିଟି ସେଣ୍ଟରର ଉନ୍ନତୀକରଣ ହେବ
ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାରଠୁ ତିନି ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବା ବେଳେ ତୃତୀୟ ଦିନ ତଥା ଶେଷଦିନ ର ଅପରାହ୍ନ ରେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଗସ୍ତ କରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ଉନ୍ନତୀକରଣ ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି,ତାହା ୭ ଦିନରେ ମଞ୍ଜୁର ହେବ, ଧର୍ମାନୁଷ୍ଠାନଗୁଡିକର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଥିଲେ। ଛତ୍ରପୁର କୁ ଆସିଲେ ନିଜ ଘର କୁ ଆସିଲା ପରି ଲାଗୁଛି, କାରଣ ମୁ ଏଠି ସାଢେ ଚାରି ବର୍ଷ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛି l ଛତ୍ରପୁର ଲୋକ ବହୁତ ଭଲ ବୋଲି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ l ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପ୍ରକଳ୍ପ ନିମନ୍ତେ ୫୫୭ କୋଟି ଟଙ୍କା ଆଜି ସେ ଘୋଷଣା କରିଛନ୍ତି l ଛତ୍ରପୁର ଉପକଣ୍ଠ ମା ରାମଚଣ୍ଡୀ ଙ୍କ ମନ୍ଦିର ର ଉନ୍ନତିକରଣ କରାଯିବା ନିମନ୍ତେ ମୋର ବି ବ୍ୟକ୍ତିଗତ ଭାବେ ଇଚ୍ଛା ଥିଲା l ଏହି ଇଚ୍ଛା କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ପୂରଣ କରିବାକୁ ଯାଉଛନ୍ତି l ଚାଷୀ ଙ୍କ ହିତ ନିମନ୍ତେ ୧୫୦ କୋଟି ଟଙ୍କା ବ୍ୟୟରେ କଂସାରୀଗଣ୍ଡ ର ବ୍ୟାରେଜ ନିର୍ମାଣ କରାଯିବ ଯାହାକି, ମୋର ଜିଲ୍ଲାପାଳ ଥିବା ବେଳେ ସ୍ବପ୍ନ ଥିଲା, କାଇଁଚପୁର ନିକଟ ଋଷିକୂଲ୍ୟା ନଦୀରେ ବାତ୍ୟା, ବନ୍ୟା ରୁ ରକ୍ଷା ପାଇବା ନିମନ୍ତେ ୪ କୋଟି ଟଙ୍କା ବିନିମୟରେ ଆନିକଟ ନିର୍ମାଣ କରାଯିବ, ଲୋକ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କରିବା ପାଇଁ ଯିବା ବେଳେ ଯୋଉ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ଜଗନ୍ନାଥପୁର ନିକଟରେ ଏକ ରେଳବାଇ ଓଭର ବ୍ରିଜ ନିର୍ମାଣ କରାଯିବ, ଯେଉଁ ମାନେ ପିଇବା ପାଣି ସମସ୍ୟା ଦରଖାସ୍ତ ଦେଇଛନ୍ତି, ଆସନ୍ତା କାଲି ସେଠାକୁ ଇଞ୍ଜିନିଅର ମାନେ ଯିବେ, ଖୁବ ଶୀଘ୍ର ଏହା ଉପରେ କାମ ଆରମ୍ଭ ହେବ । ଗଞ୍ଜାମ ଓ ଛତ୍ରପୁର ବ୍ଲକର ଜନ ସାଧାରଣ ମାନଙ୍କୁ ଘରେ ଘରେ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ୩୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ l ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ବ୍ଲକର ୭ ଟି ପଞ୍ଚାୟତରେ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପରବର୍ତୀ ସମୟରେ ସମସ୍ତ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି l ଗମନା ଗମନ ର ସୁବିଧା ନିମନ୍ତେ ହଂସପୁର ନିକଟରେ ୨୩ କୋଟି ଟଙ୍କାରେ ନିର୍ମାଣ କରାଯାଇଥିବା ବିଜୁ ସେତୁ ଜନ ସାଧାରଣଙ୍କ ନିମନ୍ତେ ବେଶ ହିତସଧାନ ହୋଇପାରିଛି ବୋଲି ସେ କହିଥିଲେ l୫-ଟି ସଚିବ ଭି.କେ. ପାଣ୍ଡିଆନ ହେଲିକାପ୍ଟର ଯୋଗେ ଅନସ୍ଲୋ ମିନିଷ୍ଟାଡିଅମ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ ପହଁଚି କାର ଯୋଗେ ଛତ୍ରପୁର ସ୍ଥିତ ଷ୍ଟାଡିଅମ ପହଞ୍ଚିଥିଲେ l ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଆୟୋଜିତ ସଭାରେ ଯୋଗଦେଇ ଲୋକଙ୍କ ଅଭିଯୋଗ, ପ୍ରସ୍ତାବ ଗୁଡିକୁ ସଂଗ୍ରହ କରିଥିଲେ । ପରେ ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନେ ତାଙ୍କଠୁ ଅଟୋଗ୍ରାଫ ନେଇଥିଲେ । ତାଙ୍କ ସହିତ ସେଲ୍ଫି ଉଠାଇଥିଲେ ।ହାଇସ୍କୁଲ କୁ ୫-ଟିରେ ରୂପାନ୍ତରଣ କରାଯିବ ବେଳେ ଯେତେବେଳେ ଆପଣ ସହଯୋଗ କରିଛନ୍ତି ସେହିପରି ବର୍ତ୍ତମାନ ଜିଲାରେ ଯୁକ୍ତ୨ ଓ ଯୁକ୍ତ୩ ମହାବିଦ୍ୟାଳୟକୁ ୫-ଟି ରୂପାନ୍ତରଣ ରେ ସାମିଲ କରାଯାଇଛି ବୋଲି ୫-ଟି ସଚିବ କହିଥିଲେ। ଆୟୋଜିତ ସମାବେଶରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ସଚିବଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ପୁଷ୍ପ ବୃଷ୍ଟି ପାତ କରିଥିଲେ, ଏହା ସହିତ ମା ମାନେ ତାଙ୍କ ସହ ହାତ ମିଶାଇ ଥିଲେ । ସଚିବ ମଧ୍ୟ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ତମ ପାଖକୁ ପଠାଇ ଛନ୍ତି ବୋଲି ୫-ଟି ସଚିବ କହିଥିଲେ। ମିଶନ ଶକ୍ତି ମହିଳାଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉଛି। ଭଲ କାମ କରିକି ଦୁଇ ପଇସା ରୋଜଗାର କରିବେ, ଆଗକୁ ସେମାନଙ୍କ ନିମନ୍ତେ ବିନା ସୁଧ ଵି 10ଲକ୍ଷ ଟଙ୍କା ଋଣ ଦିଆଯିବ ବୋଲି ମଧ୍ୟ ସେ କହିଥିଲେ,ଏଥିସହ ୱାର୍ଡ, ସାହି ଓ ଗ୍ରାମରେ ବ୍ୟବହୃତ ହେଉ ନ ଥିବା ବିଦ୍ୟାଳୟ ଏବଂ ଦୋକାନ ଗୃହ ମିଶନ ଶକ୍ତି ମହିଳାଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ଛତ୍ରପୁର ଏନଏସି କୁ ମ୍ୟୁନିସିପାଲଟି ଘୋଷଣା କରିବା, ମଲାଡ଼ ତାମ୍ପରା, କରାତଳି ତାମ୍ପରା ଉନ୍ନୀତି କରଣ, ସୁନ୍ଦରପୁର ସୁନ୍ଦରେଶ୍ଵର ମନ୍ଦିର, ଗଞ୍ଜାମ ବ୍ଲକର ବଟେଶ୍ୱର ମନ୍ଦିର,ଛତ୍ରପୁର ପ୍ରେସ କ୍ଳବର ସଭାଗୃହ ନିର୍ମାଣ ସମେତ ଜନସାଧାରଣ ଙ୍କ ଠାରୁ 500ରୁ ଉର୍ଦ୍ଧ ଦରଖାସ୍ତ ସେ ନେଇଥିଲେ,ଏହି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର. ଭିନିଲ କ୍ରିଷ୍ଣା, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଓ ପ୍ରିୟ ରଞ୍ଜନ ପୃଷ୍ଟି,ଗଞ୍ଜାମ ଏସପି ଜଗମୋହନ ମିନା, ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର,ଡ଼ିଏସପି ସୁଜିତ ନାୟକ, ଡୁଡା ପିଡି ନୀଳ ମାଧବ ଭୋଇ,ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଖଲ୍ଲିକୋଟ ତହସିଲଦାର ରାଜ କିଶୋର ପଟ୍ଟନାୟକ, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ଗଞ୍ଜାମ ବିଡ଼ିଓ ଜସ୍ମିନ ପ୍ରଧାନ, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ସଚିବ ଲୋକଙ୍କ ସମସ୍ୟା ଶୁଣିଥିବାରୁ ଲୋକେ ବେଶ ଖୁସି ବ୍ୟକ୍ତ ହୋଇଥିଲେ ।


