ଧର୍ମାନୁଷ୍ଠାନ ​‌ଖୋଲା ରଖିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ, (ଓ୍ବାଇଏନ୍ଏସ୍) : ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲା ରଖିବା ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଜୟନ୍ତ କୁମାର ବଳଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ କେନ୍ଦ୍ର ସରକାର ଧର୍ମାନୁଷ୍ଠାନ ଖୋଲା ରଖିବାକୁ ଅନୁମତି ଦେଇଥିବାବେଳେ ରାଜ୍ୟ ସରକାର ଏହା ଉପରେ କଟକଣା ଲଗାଇଛନ୍ତି। ଏପରି କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ।ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ସବୁ ନାଗରିକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ କରୁଛି। ୨୦୨୦, ଜୁନ୍ ୮ରୁ ଧର୍ମାନୁଷ୍ଠାନ ସାଧାରଣଙ୍କ ଲୋକଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲା ଯାଇ ପାରିବ ବୋଲି ୨୦୨୦, ମେ’ ୩୧ରେ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଥିଲେ। ଏହାପରେ ଅଗଷ୍ଟ ୨୯‌େର କେନ୍ଦ୍ର ସରକାର ଜାରି କରିଥିବା ସାନି ନିୟମାବଳୀରେ କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାର କଟକଣା ଜାରି କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଅନୁମତି ନେବେ ବୋଲି ସ୍ପଷ୍ଟ କରାଯାଇଥିଲା; କିନ୍ତୁ ରାଜ୍ୟ ସରକାର ଅଗଷ୍ଟ ୩୧ରେ ସାନି ନିୟମାବଳୀ ଜାରି କରି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ଖୋଲିବା ଉପରେ ଅଙ୍କୁଶ ଜାରି କରିଥିଲେ।ଏହା କେନ୍ଦ୍ର ସରକାରଙ୍କ ନିୟମାବଳୀର ଉଲ୍ଲଘଂନ କରୁଛି ଓ ଏପରି ନିୟମ ରଦ୍ଦ କରାଯିବା ଯୋଗ୍ୟ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିସନର, ଆଇନ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲାପାଳ, ଏସପି, ଦେବୋତ୍ତର କମିସନର, ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ