ଧର୍ମ ପରାୟଣ ମହିଳାଙ୍କ ପରଲୋକ
ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଦିବ୍ୟସିଂହପୁର ଗ୍ରାମର ଧର୍ମ ପରାୟଣ ମହିଳା ରମା ମିଶ୍ର(୯୦) ବର୍ଷ ବୟସରେ ପରଲୋକ ହୋଇଯାଇଛି । ପୁରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ପ୍ରାଧ୍ୟାପକ ସ୍ୱର୍ଗତ ବନମାଳୀ ମିଶ୍ରଙ୍କ ଧର୍ମପତ୍ନୀ ରମା ମିଶ୍ର ଗତ କିଛି ଦିନ ଧରି ଅସୁସ୍ଥ ରହିଥିଲେ । ସ୍ୱର୍ଗତ ରାମା ମିଶ୍ରଙ୍କ ମୃତୁ୍ୟ ବେଳକୁ ତାଙ୍କ ପାଖରେ ଦତ୍ତପୁତ୍ର ସାମ୍ବାଦିକ ସନ୍ତୋଷ କୁମାର ମିଶ୍ରଙ୍କ ସମେତ ପରିବାର ବର୍ଗ ଏବଂ ବନ୍ଧୁବାନ୍ଧବ ଉପସ୍ଥିତ ରହି ଶୋକପ୍ରକାଶ କରିଛନ୍ତି ।