ଧସିଗଲା  ୧୨କୋଟି ଟଙ୍କାରେ ନିର୍ମିତ ରାସ୍ତା : ଫଟା ରାସ୍ତାକୁ ଲୁଚାଇବାକୁ ପ୍ରୟାସ କରୁଛି ପୁର୍ତ୍ତ ବିଭାଗ 

ହାଟଡିହି, (ବିକାଶ ବିଶ୍ୱାଳ) :-୧୨କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଛେନାପଦି ଗାଁ ପାଖ ରାସ୍ତାଟି ମାତ୍ର ମାସଟିଏ ଭିତରେ ଧସି ଯିବା ସହିତ ଫାଟି ଆଁ କରିଛି । ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାପରେ ପୁର୍ତ୍ତ ବିଭାଗ ଠିକାଦାରକୁ ଧରି ରାସ୍ତାର ଫାଟ ଲୁଚାଇବାକୁ ଉଦ୍ୟମ କରୁଛି । କିନ୍ତୁ ଦିନ କେଇଟାରେ ରାସ୍ତାଟି ଏତେ ଦବି ଯାଇଛି ଯେ ଏହାର ସ୍ଥାୟୀତ୍ୱକୁ ନେଇ  ଅଞ୍ଚଳବାସୀ ସନେ୍ଦହ ପ୍ରକାଶ କରିଛନ୍ତି । ସୁଚନା ଯୋଗ୍ୟ ଯେ ଛେନାପଦି-ହଦଗଡ ରାସ୍ତାର ଛେନାପଦି ନିକଟରେ ବୈତରଣୀ ନଦୀ ସଂଯୋଗୀ କରଣ କେନାଲ ଉପର ଦେଇ ଯାଇଥିବା ବନ୍ଧକୁ ସଂଯୋଗ କରୁଥିବା ରାସ୍ତାଟି ଗତ ଏକ ମାସ ତଳେ ୧୨କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା । ରାସ୍ତାଟି ନିର୍ମାଣ କରାଯିବା ପରେ ଚକାଚକ କରୁଥିବା ରାସ୍ତାଟି ଯେ ମାତ୍ର ଦିନ କେଇଟାରେ ଭୁଷୁଡି ପଡିବ ଏହା କେହି ଆଶା କରିନଥିଲେ । ପ୍ରଥମେ ଗତ ଜୁନ ମାସରେ ପ୍ରଥମେ ଏକ ବିରାଟ ଫାଟ ସୃଷ୍ଟି ହୋଇଥିଲା ।  କାମ କରୁଥିବା ଠିକାସଂସ୍ଥାର କର୍ମଚାରୀ ମାନେ ଏହା ବଜ୍ରାଘାତରେ ଫାଟ ହୋଇଗଲା ବୋଲି କହି ତା ଉପରେ କଂକ୍ରିଟ ପକାଇ ଫାଟ ଲୁଚାଇ ଦେଇଥିଲେ । ମାତ୍ର ଏବେ ରାସ୍ତାଟି ସମ୍ପୁର୍ଣ୍ଣ ଦବିଯାଇ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଯାଇଛି । ଯାହାକୁ କି ପୁର୍ତ୍ତ ବିଭାଗର ନିଦେ୍ର୍ଦଶରେ ଠିକାଦାର ଏବେ ତାହାକୁ କିଛି ମାତ୍ରାରେ ଖୋଳିଦେଇ ପଥରଗୁଣ୍ଡ ଭର୍ତ୍ତି କରି  ଅନ୍ୟ ସବୁ ଫାଟକୁ ଲୁଚାଇବାକୁ ଉଦ୍ୟମ କରୁଛି । କିନ୍ତୁ ରାସ୍ତାଟି ଏତେ ଯୋରରେ ଦବି ଯାିଛି ଯେ ତାହା ରାସ୍ତାକଡ କାନ୍ଥିକୁ ଦେଖିଲେ ଜଳଜଳ ହୋଇ ଦିଶୁଛି । ଏହାର ସବବେସ ନିର୍ମାଣ ଠିକ ହୋଇ ନଥିବାରୁ ଏପରି ଅବସ୍ଥା ହେଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏପରିକି ରାସ୍ତା ନିର୍ମାଣ ସମୟରେ ନିମ୍ନମାନର ମାଟି ବ୍ୟବହାର କରାଯିବା ସହିତ  ଠିକ ଭାବେ ରୋଲିଂ କରାଯାଇ ନଥିବାରୁ ଗାଡି ଚଳାଚଳ କରିବା ଯୋଗୁଁ ରାସ୍ତାଟି ଦବିଗଲା ବୋଲି କୁହାଯାଉଛି । ବିଶେଷକରି ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ନରହିବାରୁ କାର୍ଯ୍ୟର ମାନ ଠିକ ହେଲାନି ବୋଲି ଛେନାପଦି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେସେ କହୁଛନ୍ତି ଯେ ରାସ୍ତାକାମ ସରିନି, ବର୍ଷାଦିନ ପରେ ପୁନର୍ବାର ଖରାପ ସ୍ଥାନକୁ ଖୋଳାଯାଇ ନିର୍ମାଣ କରାଯିବ ବୋଲି କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ