ଧାନକଳ ରୁ ନିର୍ଗତ ରାସାୟନିକ ପାଣି ପାଇଁ ଚର୍ମ ରୋଗ ବ୍ୟାପୁଛି
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ଅଳକୁଣ୍ଡ ଠାରେ ଥିବା ଏକ ଧାନକଳ ରୁ ଦୈନିକ ବହୁ ପରିମାଣ ରେ ରାସାୟନିକ କେମିକାଲ ମିଶା ପାଣି ବାହାରି ଉକ୍ତ ଅଞ୍ଚଳରେ ଥିବା ନାଳରେ ଯାଇ ଚାଷ ହେଉଥିବା ବିଲରେ ମିଶୁଛି ଆଉ ସଫେଇ ରେ ଜମି ରହି ଦୁର୍ଗନ୍ଧ ହେଉଛି । ଯାହା ଫଳରେ ଚାଷ କାର୍ଯ୍ୟ କରିବାକୁ ଯାଉଥିବା ଚାଷୀ ମାନେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ଚାଷ କାର୍ଯ୍ୟ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦିନ ମଜୁରିଆ ମାନଙ୍କ ଦେହ, ହାତ , ଗୋଡ଼ କୁଣ୍ଡାଇ ହେଉଥିବାରୁ ଏହି ଅଞ୍ଚଳକୁ ମୂଲ ଲାଗିବା ପାଇଁ ଶ୍ରମିକ ମାନେ ଆସିବାକୁ ଭୟ କରୁଛନ୍ତି। କେମିକାଲ ଯୁକ୍ତ ରାସାୟନିକ ପାଣି ରାସ୍ତା ପାଶ୍ଵ ରେ ଥିବା ଜୋର ରେ ଜମି ରହିବା ଦ୍ଵାରା ଏତେ ଦୁର୍ଗନ୍ଧ ସୃଷ୍ଟି ହେଉଛି ଯେ ସେଠାରେ ବସବାସ କରୁଥିବା ଲୋକଙ୍କ ରହିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି । ଘରେ ରହିବା କଷ୍ଟକର ହୋଇ ପଡୁଥିବା ବେଳେ ଘର ର କାନ୍ଥ, କବାଟ ,ଝରକା ଓ ଛାତ ମାନଙ୍କରେ ଏକ ବଡ଼ ଧରଣର ଡ୍ରଷ୍ଟ ପଟୁ ମାଡିଯାଉଛି । ସ୍ଥାନୀୟ ଲୋକମାନେ ଏ ସମ୍ପର୍କ ରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ରାଜ୍ଯ ପ୍ରଦ୍ୟୁଷଣ ବୋର୍ଡ ଅଥବା ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସ୍ଥାନୀୟ ଅଞ୍ଚଳ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କେମିକାଲ ମିଶା ପାଣିରେ ଚକରୋଡା ,ବେଗୁନିଆ ,ବସନ୍ତପୁର ,ଚାରିମୌଜା ,ଅଳକୁଣ୍ଡ ସହିତ ଆଖପାଖ ଅଞ୍ଚଳର ଅନେକ ଗ୍ରାମର ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସମାଜସେବୀ ଟୁଲୁ ମଲ୍ଲିକ , ନେତ୍ରାନନ୍ଦ ବାରିକ ଙ୍କ ସହିତ ସ୍ଥାନୀୟ ଚାଷୀ ଅଶୋକ ନାୟକ , ଆଲୋକ ନାୟକ , ବୃନ୍ଦାବନ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଶତାଧିକ ଚାଷୀ ୫ ଟି ସଚିବ ,ପୁରୀ ଜିଲାପାଳ ଓ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଯଦି ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଚାଷୀମାନେ ବାଧ୍ୟ ହୋଇ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି।