ଧାନମଣ୍ଡି ସମ୍ପର୍କରେ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମେଳନ କକ୍ଷ ୧ ରେ ମିଲର୍ ଙ୍କ ଧାନଉଠା ଏବଂ ଧାନମଣ୍ଡି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କାଶୀନଗର ଓ ଗୋଷଣୀ ବ୍ଲକ୍ ର ମିଲର୍ ମାନଙ୍କ ସହ ସିଏସ୍ଓ , ଏସିଏସ୍ଓ ଓ କ୍ରୟ ନିରିକ୍ଷକ ମାନେ ଉପସ୍ଥିତ ରହି ଧାନଉଠାଣ ସମ୍ପର୍କିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମିଲର୍ ମାନେ ଅଦିନିଆ ବର୍ଷା ରେ ନଷ୍ଟ ହୋଇଯାଇଥିବା ଧାନର ମିଲିଙ୍ଗ ଓ ତାର କ୍ରୟ ସମ୍ପର୍କିତ ଅସୁବିଧା ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏଦିଗରେ ତୁରନ୍ତ ପଦକ୍ଷେପ ନେଇ ଧାନକ୍ରୟ ର ସୁବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ସହ ଚାଷୀମାନଙ୍କ ଧାନକ୍ରୟ ଯେପରି ସୁରୁଖୁରୁ ରେ ହେବ ସେଥିପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସି.ଏମ୍.ଓ ଓଡିଶା ସରକାର ଙ୍କ ନିର୍ଦେଶ କ୍ରମେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିବାର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ