ଧାନ କିଆରୀରେ ନିଆଁ ଲଗାଇଲେ ଯୁବକ, ଅଭିଯୁକ୍ତକୁ ଘରୁ ଉଠାଇନେଲା ପୁଲିସ
ହାଟଡିହି, (ବିକାଶ ବିଶ୍ୱାଳ ) : ପନ୍ଦାଡୋ ଗ୍ରାମରେ ଜଣେ ଯୁବକ ଧାନ କିଆରୀରେ ନି୍ରଆଁ ଲଗାଇଦେବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ନନ୍ଦିପଦା ପୁଲିସ ଗାଁରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଉଠାଇ ନେଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ପନ୍ଦାଡୋ ଗ୍ରାମର ଭଗବାନ ଓଝା ଓ ତା ସହିତ ଅନ୍ୟ ଜଣେ ଯୁବକ ଆଜି ଦିନ ୧୨ଟା ବେଳେ ଏକ ନଡାକିଆରୀରେ ନିଆଁ ଲଗାଇ ଦେଇଥିଲା । ନିଆଁ ଚତୁର୍ଦ୍ଦିଗକୁ ବ୍ୟାପିବା ସହିତ କଳାକର ସେଠୀ, ନିତ୍ୟାନନ୍ଦ ସେଠୀ, ବ୍ରଜ କିଶୋର ତ୍ରିପାଠୀଙ୍କ କିଆରୀକୁ ନିଆଁ ବ୍ୟାପିଯିବା ସହିତ ଏକ ଗଛ ମଧ୍ୟ ପୋଡି ଯାଇଥିଲା । ଖବରପାଇ ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେବାରୁ ଖବରପାଇ ନନ୍ଦିପଦା ପୁଲିସ ଗାଁରେ ପହଞ୍ଚି ନିଆଁ ଲଗାଇଥିବା ଦୁଇ ଯୁବକଙ୍କୁ ସେମାନଙ୍କ ଘରୁ ଉଠାଇ ନେଇ ଥାନାର ଅଟକ ରଖିଛି ।