ଧାନ କିଣିବା ଦାବି ନେଇ ଚାଷୀଙ୍କ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଛତ୍ରପୁର (ଦେବଦତ୍ତ ମହାରଣା) : ଖଲିକୋଟ ବ୍ଲକ ଲଙ୍ଗଳେଶ୍ୱର ଗ୍ରାମ ପଞ୍ଚାୟତର ତେଲିଡିହ ସୋସାଇଟିର ବହୁ ଚାଷୀଙ୍କ ଧାନ ବିକ୍ରି କରିବା ନିମନ୍ତେ ଟୋକନ ଜାନୁଆରୀ ମାସ ଠାରୁ ଆସିଥିଲେ ସୁଦ୍ଧା ସେମାନଙ୍କ ଧାନ ସୋସାଇଟି କିଣୁନାହିଁ । ଯାହାଫଳରେ ଚାଷୀ ମାନେ ଧାନ ଗୁଡିକ ବିଭିନ୍ନ ସ୍ଥାନ ଗଦା କରି ରଖିଛନ୍ତି । ଏହାକୁ ବିଭିନ୍ନ ଜନ୍ତୁଜନ୍ତା ନଷ୍ଟ କରିଛନ୍ତିା ସୋସାଇଟି ସମ୍ପାଦକ ଜାଣିଶୁଣି ସେମାନଙ୍କୁ ହଇରାଣ କରୁଛି । ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ଧାନ କିଣାଯାଉଛି ଏବଂ ବାହାର ସ୍ଥାନରୁ କମ୍ ଦରରେ ଧାନ କିଣି ଆଣି କେତେକ ଚାଷୀଙ୍କ ଜରିଆରରେ ଧାନ ବିକ୍ରି କରାଯାଉଛି ସିନା ସୋସାଇଟିର ପ୍ରକୃତ ଗରୀବ ଚାଷୀ ମାନଙ୍କ ଧାନ କିଣା ଯାଉନାହିଁ । ଯାହାଫଳରେ ଜାନୁଆରୀ ଓ ଫେବୃୟାରୀ ମାସରେ ଧାନ ବିକ୍ରିବା ନିମନ୍ତେ ଟୋକନ ଆସିଥିବା ଚାଷୀ ମାନେ ନାହିଁ ନଥିବା ଅସୁବିଧା ହେଉଛନ୍ତି । ଏନେଇ ସୋସାଇଟି ଦାୟିତ୍ୱରେ ଥିବା ବ୍ୟକ୍ତି ନିକଟରେ ଚାଷୀ ମାନେ ଗୁହାରୀ କଲେ ସେ କହୁଛନ୍ତି ସରକାରଙ୍କ ପକ୍ଷରୁ ଯେତିକି ପରିମାଣରେ ଧାନ ଧାର୍ଯ୍ୟ ହୋଇଥିଲା ତାହା ପୁର୍ଣ୍ଣ ହୋଇଯାଇଛି । ତେଣୁ ତୁମ ଧାନ କିଣାଯାଇ ପାରିବ ନାହିଁ । ପରେ ଚାଷୀ ମାନଙ୍କ ଟୋକନ ଅବଧି ଶେଷ ହୋଇଯିବାରୁ ନିଜ ଭୁଲକୁ ଲୁଚାଇବା ପାଇଁ ଚାଷି ମାନଙ୍କୁ କୁହାଯାଇଛି ତୁମର ଟୋକନ କଟିଯାଇଛି ବୋଲି । ଏନେଇ ସମାଜସେବୀ ଅହଲ୍ୟା ଜେନାଙ୍କ ନେତୃତ୍ୱରେ ଆଜି ସୋସାଇଟି ବହୁ ମହିଳା ଚାଷୀ ମାନେ ସେମାନଙ୍କ ଅମଳ ଧାନ ସରକାରଙ୍କ ପକ୍ଷରୁ କିଣା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ଏକ ଦାବି ପତ୍ର ଅଭିଯୋଗ ପ୍ରକୋଷ୍ଠ ରେ ପ୍ରଦାନ କରିଛନ୍ତି । ଏସଂକ୍ରାନ୍ତ ପୂର୍ବରୁ ବ୍ଲକ ଯୋଗାଣ ଅଧିକାରୀ ଓ ଖଲିକୋଟ ଅତିରିକ୍ତ ତହସିଲଦାରଙ୍କୁ ଭେଟି ଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବାରୁ ସେମାନେ ଗଞ୍ଜାମ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଛନ୍ତି ବୋଲି ହରସ ସାହୁ, ବିନିତା କୁମାରୀ, ସନ୍ଥ ନାହାକ, ଅନୁ ଦଳେଇ , ଅଚ୍ଛୁ ଦଳେଇ ଓ ଝୁନୁ ସାହୁଙ୍କ ସମେତ ବହୁ ମହିଳା ମାନେ ଉପସ୍ଥିତ ଥିଲେ ।


