ଧାନ ଫସଲରେ ଚକଡା ପୋକ : ଚିନ୍ତାରେ ଚାଷୀ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଳକ ଅଂଚଳରେ ଏବେ ଧାନ ଫସଲରେ ଚକଡା ପୋକ ରୋଗ ବ୍ୟାପିବାରେ ଲାଗିଛି । ଏବେ ଧାନ ଥୋଡ ବାହାରି ଫୁଲ ଉଡାଉଥିବା ବେଳେ ଚକଡା ରୋଗ ଗ୍ରାସ କରିବାରୁ ବ୍ଲକର ଅନେକ ଅଂଚଳର ଧାନଗଛ ମରିବା ଆରମ୍ଭ କଲାଣି । ତେଣୁ ଚାଷୀମାନେ ଚିନ୍ତାରେ ପଡିଛିନ୍ତି । ବିଶେଷକରୀ ଡାବର, ଡେରିକି, କୋରୁଅ, ତିରୁଣା, ରୋହିଆ, ଜାମୁଗାଁ, ନାଉଗାଁ ଆଦି ପଂଚାୟତରେ ଚକଡା ରୋଗ ଯୋଗୁଁ ଅଧିକାଂଶ ଚାଷୀଙ୍କର ଫସଲ କ୍ଷତିଗ୍ରସ୍ତ ହେଇଥିବା ଜଣାଯାଇଛି । କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇ ଥିବା ବିହନ ସଠିକ ଭାବେ ବିଶୋଧିତ ହୋଇ ନଥିବାରୁ ଏହି ରୋଗ ଦେଖାଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି ରୋଗରେ କ୍ଷତି ହୋଇଥିବା ଚାଷ ଜମିକୁ ଚିହ୍ନଟ କରି ସହୟତା ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଅନ୍ୟପଟରେ ନାଉଗାଁ ବ୍ଲକ କୃଷି ବିଭାଗର କର୍ମଚାରୀ ବିଧାନ ପରିଜା କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ ଚକଡା ରୋଗ ସଂର୍ପକରେ ସୂଚନା ପାଇଁ ଚାଷ ଜମି ଦେଖିବା ସହିତ ଏହାର ପ୍ରତିକାର ସଂର୍ପକରେ ଚାଷୀଙ୍କୁ ପରାମର୍ଶ ଦେଇଥିବା ଜଣାଯାଇଛି । ଏହି ରୋଗ ବିହନ ଯୋଗୁଁ ହୋଇ ନାହିଁ ବଂର ଜଳବାୟୁର ତାରତମ୍ୟ ରହୁ ନଥିବା ହେତୁ ଏହି ରୋଗ ସୃଷ୍ଟି ହେଉଛି । ଏପରିକି ବିଲରେ ପାଣି ଜମି ରହିବା ସହିତ ଅଧିକ ପରିମାଣର ଜବକ୍ଷାରଜାନ ସାର ପ୍ରୟୋଗ ହେବା ଫଳରେ ଏହି ରୋଗ ଆରମ୍ଭ ହେଉଛି । ଏହାର ପ୍ରତିକାର ପାଇଁ ଧାନ ଫସଲକୁ ପୂର୍ବ ଦିଗରୁ ପଶ୍ଚିମ ଦିଗ ଆଡକୁ ପାହି କରି ଧାନକୁ ଆଡେଇ ଦିଅନ୍ତୁ । ଯେପରି ବାୟୁ ଓ ଆଲୋକ ଗଛର ମୂଳ ଭାଗରେ ପହଁଚିବ । ଏହା ସହିତ ବିଲରେ ଜବକ୍ଷାରଜାନ ସାର ପ୍ରୟୋଗ ବନ୍ଦ କରିବା ସହିତ ଜମିରେ ଥିବା ଜଳକୁ ନିଷ୍କାସନ କରିବାକୁ ହେବ । ଥିୟାମେଥୋଜାମ ଭଳି ଅନେକ କିଟନାଶକ ଔଷଧ ନିକଟସ୍ଥ ସରକାରୀ ପଂଜିକୃତ ଦୋକାନରୁ ଦର୍ଶା ଯାଇଥିବା ମୂଲ୍ୟରୁ ଅଧା ମୂଲ୍ୟରେ ମୁଳୁଛି । ଉକ୍ତ ଔଷଧକୁ ହେକ୍ଟର ପିଛା କିଟନାଶକ ଔଷଧ ସହିତ ଆବଶ୍ୟକ ମୁତାବକ ପାଣି ମିଶାଇ ବିଲରେ ସ୍ପେ କରିବାକୁ କୁହାଯାଇଥିବା ଜଣାଯାଇଛି । କୃଷି ବିଭାଗ ଓ ରାଜ୍ୟ ସରକାର ତୁରନ୍ତ ଏହି ରୋଗର ପ୍ରତିକାର ବ୍ୟବସ୍ଥା କରିବାକୁ ସହିତ କ୍ଷତିଗ୍ରସ୍ତ ଚାଷୀଙ୍କ ଜମିକୁ ଚିହ୍ନଟ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ