ଧୂମାତ ମିଶନଶକ୍ତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୦ହଜାର ଟଙ୍କା ଦାନ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଧୂମାତ ପଂଚାୟତ ମିଶନଶକ୍ତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୦ ହଜାର ୫ଶହ ଟଙ୍କା ପ୍ରଦାନ କରାଯାଇଛି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଉପସ୍ଥିତିରେ ବିଡିଓ ସୁଧିର କୁମାର ସିଂଙ୍କୁ ଏହି ଚେକ ପ୍ରଦାନ କରାଯାଇଛି । ସଭାନେତ୍ରୀ ପ୍ରତିମା ସ୍ୱାଇଁ, ସମ୍ପାଦିକା ସୁଚିତ୍ରା ରାଉତ ଓ ଧୂମାତ ସମିତି ସଭ୍ୟା ରେଣୁବାଳା ସାହୁ ପ୍ରମୁଖ ଏହି ଚେକ ପ୍ରଦାନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଧଳ କରୋନା ଯୁଦ୍ଧ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କୁ ସହଯୋଗ ର ହାତ ବଢାଇଥିବା ସ୍ୱୟଂ ସହାୟୀକା ଗୋଷ୍ଠିର ମା’ଓ ଭଉଣୀମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।