ନକଲି ଭିଜିଲାନ୍ସ ଶୀକାର ହେଲେ ରାଜସ୍ୱ ନିରୀକ୍ଷକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଏକ ଭିନ୍ନ ପ୍ରକାର ଘଟଣା ଦେଖଟବାକୁ ମିଳିଛି । ଏହି ଘଟଣା ହେଲା ଭିଜିଲାନ୍ସ ବିଭାଗରୁ ଆସିଛି କହି କେବଳ ଜଣେ ମାତ୍ର ବ୍ୟକ୍ତି ଘୋରଇ ଭଡା ଗାଡିରେ ଆସି ଗୋଷାଣୀ ବ୍ଲକର ପଲଡା ରାଜସ୍ୱ ନିରୀକ୍ଷକଙ୍କ ଠାରୁ ୮୫,୦୦୦ ଟଙ୍କା ଠକି ରହିଲୁଟ କରୁଛନ୍ତି । ଏହିପରି ନକଲି ଭିଜିଲାନ୍ସଙ୍କ ଶୀକାର ହୋଇଛନ୍ତି ଉପଲଡା ରାସ୍ୱ ନିରୀକ୍ଷକ ପୁରୁଷେତ୍ତମ ବିଶ୍ୱାଳ। ଏନେଇ ସେ ଗୁରାଣ୍ଡି ଥାନାରେ ଲିଖତ ଅଭିଯୋଗ କରିଛନ୍ତି । ଏନେଇ ଗୁରାଣ୍ଡି ଥାନାଧିକାରୀ ରବିନ୍ଦ୍ର ନାଥ ପାତ୍ର ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି । ଥାନାଧିକାରୀ କହିଛନ୍ତି ଅନୁସନ୍ଧାନରେ ଯାହା ସତ୍ୟତା ବାହାରିବ ନକଲି ଭିଜିଲାନ୍ସ ହେଉ କି ଅସଲି ଭିଜିଲାନ୍ସ ହେଉ ଯଦି ଅନ୍ୟାୟ ହୋଉଛି ମାନେ ଛଡା ଯିବନି ଓ କୋର୍ଟର ଦ୍ୱାରସ୍ଥ କରାଯିବ ବୋଲି କହିଛନ୍ତି । ତେବେ ଏଇଠି ଜନସାଧାରଣରେ ପ୍ରଶ୍ନ ଉଠୁଛି ରାଜସ୍ୱ ନୀରିକ୍ଷକ ଭିଜିଲାନ୍ସ ପ୍ରତି ଭୟ ରହିଲା କାହିଁକି ଓ ଭୟଭୀତ ହୋଇ ଟଙ୍କା ଦେବାର କାରଣ କଣ ? କିଛି ଭୂଲ କାର୍ଯ୍ୟ କରିଛନ୍ତି କି, ରାଜସ୍ୱ ନିରୀକ୍ଷକ ଯାହା ଫଳରେ କେହି ଗୋଟେ ବ୍ୟକ୍ତି ଅନୁସନ୍ଧାନ କରୁଥିଲା । ତାଙ୍କ ଭୂଲ କାର୍ଯ୍ୟକୁ ନେଇ, ଯାହା ଫଳରେ ସେ ନକଲି ଭିଜିଲାନ୍ସ ହୋଇ ତାଙ୍କ ଠାରୁ ଟଙ୍କା ହରିଲୁଟ୍ କରିବାରେ ସକ୍ଷମ ହୋଇପାରିଲା । ନକଲି ଭିଜିଲାନ୍ସଟି ଏକ ଘୋରେଇ ଭଡା ଗାଡିରେ ରାଜସ୍ୱ ନୀରୀକ୍ଷକ କାର୍ଯ୍ୟଳୟ ସମ୍ମୁଖକୁ ଆସି ତାଙ୍କ ଅଫିସ ପିଅନଙ୍କୁ ପଚାରିଥିଲା । ଆପଣଙ୍କ ଆର.ଆଇ କେଉଁଠି ଅଛନ୍ତି । ପିଅନ କହିଥିଲେ ସାର ଖାଇବସିଛନ୍ତି । ଖାଇବା ସରିବା ପରେ ରାଜସ୍ୱ ନିରୀକ୍ଷକ ନକଲି ଭିଜିଲାନ୍ସ ସହ ସାକ୍ଷାତ ହେବା ପରେ ସେ ବ୍ୟକ୍ତି କହିଥିଲେ ମୁଁ ଭିଜିଲାନ୍ସ ବିଭାଗରୁ ଆସିଛିଓ ଆପଣଙ୍କ ନାମରେ ଭିଜିଲାନ୍ସ ଅନୁସନ୍ଧାନ ଚାଲିଛି ବୋଲି ଡରାଇ ଧମକାଇ ଓ ବହୁ କଥା କହି ନିଜ ଘରୋଇ ଭଡା ଗାଡିରେ ବସେଇ ନାରାୟଣପୁରୁ ନେଇ ଯାଇଥିଲେ । ସେଠାରୁ ନିଜ ବନ୍ଧୁବର୍ଗଙ୍କୁ ଠାରୁ ୫୦,୦୦୦ ଟଙ୍କା ଆଣି ଦେଇଥିଲେ । ନକଲି ଭିଜିଲାନ୍ସକୁ ପୁଣି ସେଇ ଗାଡିରେ ବସି ପାଟିକୋଟା ଗ୍ରାମ ନିକଟକୁ ଆସିଥିଲେ । ସେଠାରୁ ପୁଣି ତାଙ୍କ ଅଫିସ କର୍ମଚାରୀ ଏଆରଆଇଙ୍କୁ ଆରଆଇ ଫୋନ ରି ଆଉ ୫୦,୦୦୦ ଟଙ୍କା ମାଗିଥିଲେ । କିନ୍ତୁ ଏଆରଆଇ ୩୫,୦୦୦ଟଙ୍କା ଧରି ନିଜ ବାଇକରେ ସେଞ୍ଚୁରିୟନ କଲେଜ ପାଖରେ ଉକ୍ତ ୩୫,୦୦୦ ଟଙ୍କା ନକଲି ଭିଜିଲାନ୍ସକୁ ଦେଇଥିଲେ । ରାଜସ୍ୱ ନିରୀକ୍ଷକକୁ ଉକ୍ତ ଭଡା ଗାଡିରେ ଆଣି ଉପଲଡା ରାଜସ୍ୱ ନୀରୀକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ଛାଡି ଚାଲିଯାଇଥିଲେ । ଏନେଇ ସନ୍ଦେହ ହେବାରୁ ରାଜସ୍ୱ ନିରୀକ୍ଷକ ଗୁରାଣ୍ଡି ଥାନାକୁ ଆସି ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଗୁରାଣ୍ଡି ଥାନାଧିକାର ରବିନ୍ଦ୍ର ନାଥ ପାତ୍ର ଗୁରାଣ୍ଡି ପୋଲିସ କେସ୍- ନଂ ୫୭/୨୦୨୨ ୪୧୯/୪୨୦ରେ ଭାରତୀୟ ପିଙ୍ଗଲ କୋର୍ଡ ଧାରାରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି । ଏନେଇ ପୁରସ୍ତମ ବିଶ୍ୱାଳ ନିଜେ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଫୋନ ମାଧ୍ୟମରେ ଜଣାଇଛନ୍ତି । ଉକ୍ତ ଘଟଣା ଫଳରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ସମସ୍ତ ସରକାରୀ କର୍ମଚାରୀ ମନରେ ନକଲି ଭିଜିଲାନ୍ସ ପ୍ରତି କୋକୁଆ ଭୟ ପସିଅଛି ବୋଲି ଜନ ସାଧାରଣରେ ଆଲୋଚନା ହେଉଅଛି । ଏନେଇ ଉଚ୍ଚସ୍ତରୀ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ମଧ୍ୟ ହେଉଛି ।