ନକ୍ସଲ ଆକ୍ରମଣରେ ୧୫ ଯବାନ ସହିଦ

ଦେଶରେ ବର୍ତ୍ତମାନ ନିର୍ବାଚନ ଚାଲିଥିବା ବେଳେ ଚାରି ଆଡେ ଏବେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କିନ୍ତୁ ଏହାକୁ ଭୁକ୍ଷେପ ନକରି ମହାରଷ୍ଟ୍ରର ଗଡଚିରୋଲି ରେ ନକ୍ସଲ ମାନେ ଘଟାଇଛନ୍ତି ନରସଂହାର । ଏକ ବଡଧରଣର ବିସ୍ପୋରଣ ଘଟି ୧୫ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି । ଛତିଶଗଡ ସୀମାବର୍ତ୍ତୀ ନକ୍ସଲ ପ୍ରବଣ ଅଂଚଳରେ( ଆଇଇଡି) ବିସ୍ପୋରଣ ଘଟାଇଛନ୍ତି ନକ୍ସଲ । ମୃତକ ଯବାନ ମାନେ ଗଡଚିରୋଲି ପୋଲିସର ନକ୍ସଲ ବିରୋଧି ବାହିନୀ ସି ୬୦ କମାଣ୍ଡୋ ଅଧିନରେ କାର୍ଯ୍ୟରତ ଥିଲେ । ସେମାନେ ପେଟ୍ରୋଲିଂ କରୁଥିବା ସମୟରେ ଏହି ଭଳି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ଆଜି ସକାଳେ ଗଡଚିରୋଲି ର କୁରଖେଡ ଜିଲ୍ଲାରେ ନକ୍ସଲ ମାନେ ସଡକ କାର୍ଯ୍ୟଁରେ ନିୟୋଜିତ ଥିବା ୨୭ ଟି ଗାଡି ଓ ମେସିନ ପୋଡିଦେଇଥିଲେ । ସ୍ଥାନୀୟ
ଅଂଚଳରେ ପୋଲିସ ସର୍ଚ୍ଚ ଅପରେସନ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ