ନଖରା ପଞ୍ଚାୟତରେ ଦ୍ଵିତୀୟ କରୋନା ରୋଗୀ ଚିହ୍ନଟ ପରେ ଆତଙ୍କରେ ବଡ଼ ଚଞ୍ଚୋ ଗ୍ରାମବାସୀ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନଖରା ପଞ୍ଚାୟତ ରେ ପୁଣି ଜଣେ କରୋନା ସଂକ୍ରମିତ ଠାବ ହୋଇଛି । ପଞ୍ଚାୟତର ବଡ଼ଚଞ୍ଚୋ ଗ୍ରାମରେ ଗୃହ ସଂଗରୋଧ ରେ ଥିବା ଯୁବକ ଜଣକ ସ୍ୱାବ ପରୀକ୍ଷା ରେ ପଜିଟିଭ ଆସିଛି ।ସେ ନିକଟରେ ବିହାର ରୁ ଆସି ଗୃହ ସଂଗରୋଧ ରେ ରହିଥିଲେ । ଆକ୍ରାନ୍ତ ଯୁବକଙ୍କୁ କୋବିଦ ହସ୍ପିଟାଲକୁ ପଠାଯିବା ସହ ସେ ସାହିକୁ ଓ ତାଙ୍କ ଘର କୁ ସରପଞ୍ଚ ପବିତ୍ର ଉପାଧ୍ୟାୟ ସାନିଟାଇଜ କରିଛନ୍ତି ।କିଛିଦିନ ତଳେ କଟକ ବଡ଼ ମେଡିକାଲ ରେ କାର୍ଯ୍ୟ କରୁଥିବା ଏହି ପଂଚାୟତର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ ।ଏବେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକମାନେ ଆଶଙ୍କା ମଧ୍ୟରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ