ନଗ୍ରମ ପଞ୍ଚାୟତରେ ନୂତନ ପାନୀୟଜଳ ପ୍ରକଳ୍ପ ଶିଳାନ୍ୟାସ

ବାଲେଶ୍ୱର, (ସରୋଜ ପଣ୍ଡା): ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନଗ୍ରମ ଗ୍ରାମ ପଞ୍ଚାୟତରେ ନୂତନ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଆଜି ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବା ସହ ଏହା ଦ୍ୱାରା ଫୁଲୱାରକଷବା, ଟିକିରାପାଳ, ବେଡ଼ପଛ ଅରାଡ଼ ଏବଂ ମୁଣ୍ଡାପାଳ ଆଦି ଗ୍ରାମର ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ସେ ଆଶା ପ୍ରକାଶ କରଇଥିଲେ । ଗ୍ରାମାଞ୍ଚଳରେ ପାଇପ ଯୋଗେ ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଞ୍ଚାୟତିରା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଧାୟକ ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ବ୍ଲକ ସଭାପତି ବସନ୍ତ ପଣ୍ଡା, ବ୍ଲକ ଯୁବ ସଭାପତି ଦିଲୀପ ମହାନ୍ତି, ବ୍ଲକ ମହିଳା ସଭାପତି ଲିନା ସାହୁ, ଶକ୍ତିପଦ ରାୟ, ପ୍ରଣବ ପଣ୍ଡା, ବ୍ଲକ ଯୁବ କାର୍ଯ୍ୟକାରୀ ସଭାପତି ଦିବ୍ୟଶକ୍ତି ଜେନା, ପଞ୍ଚାୟତ ଯୁବ ସଭାପତି କିରଣ ମହାନ୍ତି, ପଞ୍ଚାୟତ ସୋସିଆଲ ମିଡ଼ିଆ ସଂଯୋଜକ ପ୍ରଶାନ୍ତ ଖିଲାର, ୱାର୍ଡ଼ ମେମ୍ବର ହେମନ୍ତ ଜେନା, ଦୀନବନ୍ଧୁ ଜେନା, ସମାଜସେବୀ ହରିଶ ଦାସ ପ୍ରମୁଖ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ