ମୁଖ୍ୟ ଚିକିତ୍ସାଳୟରେ କର୍କଟରୋଗ ପରାମର୍ଶ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା): ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କର୍କଟ ରୋଗ ପରାମର୍ଶ ଶିବିର ବାଲେଶ୍ୱର ସଦର ଡାକ୍ତରଖାନାରେ ଅନୁଷ୍ଠିତ ହୋଇଯାଇଛି । ଦିଲୀ ସର୍ବୋଦୟ ହସପିଟାଲର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦୀନେଶ ପେଣ୍ଡ।।ରକର, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଏଥିରେ ଯୋଗଦେଇ କର୍କଟ ରୋଗ ଚିକିତ୍ସାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଳେ । ଶିବିରରେ ଯୋଗଦେଇ ଥିବା ୪୨ ଜଣ କର୍କଟ ରୋଗୀଙ୍କୁ ପରୀକ୍ଷା ସହ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଲ ସେନ ଜଗଦ୍ଦେବ, ଅତିରିକ୍ତ ଚିକିତ୍ସାଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଜିଲା କର୍କଟ କେନ୍ଦ୍ରର ମୁଖ୍ୟ ଡାକ୍ତର ପ୍ରିୟ କୁମାର ଘୋଷଙ୍କ ସମେତ ଡାକ୍ତର ଅରୂପ ଅଭିଷେକ, ଡାକ୍ତର ଦୀପକ ନାୟକ, ଅର୍ଥ ପରାମର୍ଶଦାତା ମନୋଜ କୁମାର ଚାନ୍ଦ, ନର୍ସିଂ ଅଫିସର ସସ୍ମିତା ବିଶ୍ୱାଳ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।


