ନଦୀ ଗଣ୍ଡରେ ପଡି ଚାଷୀର ମୃତ୍ୟୁ
ସୋରଡା (ରଜନୀ ମହାପାତ୍ର): ସୋରଡା ବରାଡିସାହି ନିକଟ ଋଷିକୁଲ୍ୟା ନଦୀ ରୁ ସେହି ସାହିର ଅଶୋକ କୁମାର ପଣ୍ଡା ୫୬ଙ୍କ ମୃତ ଦେହ କୁ ସୋରଡା ପୋଲିସ ଉଧାର କରି ଶବ ବ୍ୟବଛେଦ ପାଇଁ ପଠାଇଛି । ମୃତ ଅଶୋକ ନଦୀ ପାର୍ଶ୍ଵ ନିଜ ଚାଷ ଜମି ଫସଲ କୁ ପାଣି ମଡେଇବାକୁ ପ୍ରତିଦିନ ପରି ଶୁକ୍ରବାର ମଧ୍ୟ ଯାଇଥିଲେ । କାମସାରି ଘରକୁ ଫେରୁଥିବା ବେଳେ ଗୋଡ ଖସି ନଦୀର ଗଣ୍ଡରେ ପଡିଯାଇଥିଲେ । ଦିନ ୯ ଟା ସୁଧା ଘରକୁ ନାଫେରିବାରୁ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ନଦୀକୁ ଯାଇ ଅଶୋକ ର ଚପଲ ପଡିଥିବା ଦେଖି ଗଣ୍ଡ ରେ ଖୋଜା ଖୋଜି ଅଶୋକ ର ମୃତ ଦେହ କୁ ଉଧାର କରିଥିଲେ ପରିବାର ଲୋକେ । ପୋଲିସ କୁ ଖବର ଦେଇଥିଲେ । ମୃତ ଅଶୋକ ଜଣେ ଭଦ୍ର ,ମେଳାପୀ ତଥା ମିଷ୍ଠଭାଷୀ ଓ ଗରିବ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ବିଜେପି ନେତା ଭଗବାନ ପଣ୍ଡା ଅନୁରୋଧ କରିଛନ୍ତି । ଆଇଆଇସି ରମେଶ କୁମାର ପ୍ରଧାନ ଘଟଣାର ତଦନ୍ତ କରୁଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।