ନନ୍ଦିପଦା ଆମ ପୁଲିସ ସମିତି ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଭଦ୍ରକ ରାସ୍ତାର ଛେନାପଦି ଛକ ନିକଟରେ ଆମ ପୁଲିସ ସମିତି ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଆନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ଆଇ ଆଇ ସି ରବିନ୍ଦ୍ର ପାତ୍ର, ଏସ. ଆଇ ଲୋହିତ ରାଜ ନାୟକ, ଏସ. ଆଇ ନରୋତ୍ତମ ଦଳେଇ , ଏ.ଏସ. ଆଇ ସୁଷମା ସେଠୀ, ତ୍ରିଲୋଚନ ଦେହୁରୀ ଆମ ପୁଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟ, କୃଷ୍ଣଚନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ପ୍ରମୋଦ କୁମାର ନାୟକ, ଧୁଶାସନ ସାହୁ, ବିରେନ୍ଦ୍ର କୁମାର ବିଶ୍ୱାଳ, ନିତ୍ୟାନନ୍ଦ ରାଉତ, ବାଳକୃଷ୍ଣ ନାୟକ, ପ୍ରସନ୍ନ କୁମାର ମହାନ୍ତି ଯୋଗଦେଇ ଲୋକ ମାନଙ୍କୁ ସଡକ ସୁରକ୍ଷା ସଚେତନ କରାଇଥିଲେ। ହେଲମେଟ ପିନ୍ଧି ବାଇକ ଚଳାଉଥିବା ବାଇକ ଆରୋହି ମାନଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ହେଲମେଟ ନପିନ୍ଧି ବାଇକ ଚଳାଉଥିବା ଚାଳକ ମାନଙ୍କୁ ଲିଫଲେଟ ଦେଇ ସଚେତନ କରାଇଥିଲେ। ପରବର୍ତ୍ତୀ ସମୟରେ ସଡକ ସୁରକ୍ଷା ର ନୀତିନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସତର୍କ କରାଯାଇଥିଲା। ଏଥିରେ ମାର୍କଣ୍ଡ ଚରଣ ଓଝା, ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ଶରତ କୁମାର ସେଠୀ, ସୁଧାଂଶୁ ରାଉତ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ।