ନବଯୈାବନ ବେଶ

ସ୍ନାନ ପୂର୍ଣ୍ଣିମା ଅର୍ଥାତ୍ ଜ୍ୟେଷ୍ଠ ପୂର୍ଣ୍ଣିମା ପରେ ଶ୍ରୀଜିଉମାନେ ଅଣସର ଘରେ ଯାଇ ରହନ୍ତି । ଏହି ରହିବା ଅବଧି ସାଧାରଣ ଆଷାଢ଼ମାସ ପାଇଁ ୧୫ ଦିନ ହୋଇଥିବା ବେଳେ ଯେଉଁ ବର୍ଷ ଦୁଇଟି ଆଷାଢ଼ ପଡ଼େ ଅର୍ଥାତ୍ ମହାଅଣସର ହୁଏ, ସେଥିପାଇଁ ଦେଢ଼ମାସ ହୋଇଥାଏ । ଏହି ସମୟରେ ଭକ୍ତମାନେ ଶ୍ରୀ ଜୀଉମାନଙ୍କ ଦର୍ଶନରୁ ବଂଚିତ ହୁଅନ୍ତି । ଅଣସର ବାସ ପରେ ଯେଉଁ ଦିନ ଜିଉମାନେ ରତ୍ନ ସିଂହାସନରେ ବିଜେ ହୋଇ ଭକ୍ତମାନଙ୍କ ଦର୍ଶନ ଦିଅନ୍ତି ସେହି ଦିନଟି ହେଉଛି ଆଷାଢ଼ ମାସ କୃଷ୍ଣ ପକ୍ଷ ଅମାବାସ୍ୟା । ଏହାକୁ ‘ଊଭା’ ଅମାବାସ୍ୟା କୁହନ୍ତି କାରଣ ଏଡା ‘ବିଜେ’ ଅର୍ଥରେ ବ୍ୟବହୃତ ହୋଇଛି ଅର୍ଥାତ୍ ଆଷାଢ଼ ମାସ ଅମାବାସ୍ୟା ଦିନ ଜିଉମାନେ ରତ୍ନସିଂହାସନରେ ‘ଉଭା’ ବା ବିଜେ ହୋଇ ଆଶାୟୀ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ବୋଲି ଏହାକୁ ‘ଉଭା ଅମାବାସ୍ୟା ’ କୁହନ୍ତି ।
ଊଭା ଅମାବାସ୍ୟା ଦିନ ଠାକୁରମାନେ ଯେଉଁ ବେଶରେ ଦର୍ଶନ ଦିଅନ୍ତି, ସେ ବେଶକୁ ନବ ଯୈାବନବେଶ କୁହନ୍ତି । ଏହାକୁ ନବଯୈାବନ ବେଶ କହିବାର ତାତ୍ପର୍ଯ୍ୟ ଅଛି । ଅଣସର ପନ୍ଦର ଦିନ ମଧ୍ୟରେ ଠାକୁରମାନଙ୍କ କାଷ୍ଠ ବିଗ୍ରହଗୁଡ଼ିକର ଜୀର୍ଣ୍ଣୋସର କରାଯାଇଥାଏ । ଅଣସର ନୀତି ଅନୁସାରେ ପ୍ରତିଦିନ କିିଛି କିଛି ଜୀର୍ଣ୍ଣୋଦ୍ଧାର କାର୍ଯ୍ୟକ୍ରମ ପନ୍ଦର ଦିନ ଯାଏଁ ନିର୍ଦ୍ଦିଷ୍ଟ ଥାଏ । ଚତୁର୍ଦ୍ଦଶୀ ଦିନ ହିଁ ଅଣସର ଦିବସର ଶେଷଦିନ । ଆଷାଢ଼ ଆମାବାସ୍ୟା ଦିନ ଜିଉମାନେ ନୂତନ ଭାବେ ପୁନଶ୍ଚ ଚିତ୍ରଣ ହୋଇ ରତ୍ନ ସିଂହାସନରେ ନୂଆବେଶରେ ବିଜେ କରୁଥିବା ହେତୁ, ଏହାକୁ ନବ ଯୌବନ ବେଶ କୁହନ୍ତିି । ସାଧାରଣ ମାନବର ଯୈାବନ କାଳୀନ ପରିପାଟ୍ଟୀ ସହିତ ଏହାର ସାମଞ୍ଜସ୍ୟ ଥିବାରୁ ଏହା ନବ ଯୈାବନ ବେଶ ଭାବେ ଖ୍ୟାତ । ଏହି ବେଶରେ ସାଧାରଣତଃ ଜିଉମାନଙ୍କୁ କେନ୍ଦୁଲି ଶାଢ଼ି, ଖଣ୍ଡୁଆ ଓ ଫେଟା ଇତ୍ୟାଦି ଲାଗି କରାଯାଇଥାଏ । ସଂକ୍ଷେପରେ କହିଲେ ଖଡ଼ିଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ବିଗ୍ରହମାନେ ନୂଆପରି ଉଜ୍ଜ୍ୱଳ ଦିଶୁଥିବାରୁ ତତ୍ ସମ୍ବନ୍ଧୀୟବେଶକୁ ନବଯୈାବନ ବେଶ କହନ୍ତିା
ଅଣସର ପରେ ଆମାବାସ୍ୟା ଦିନ ଅଣସରପଟିି ଖୋଲାଯାଏ ଏବଂ ଜିଉମାନେ ରତ୍ନ ସିଂହାସନକୁ ବିଜେ କରୁଥିବାରୁ ଏହାକୁ ଉଭା(ବିଜେ) ଯାତ୍ରା କୁହନ୍ତି । ଏହାପରେ ଆରମ୍ଭ ହୁଏ ଦର୍ଶନଯାତ୍ରା । ଏଠାରେ ସୂଚନା ଯୋଗ୍ୟ ଯେ ଅଣସର ବେଳେ ଜିଉମାନଙ୍କର ଯେଉଁ ଜୀର୍ଣ୍ଣୋଦ୍ଧାର କାର୍ଯ୍ୟ, ଚାଲିଥାଏ , ସେଥିରେ ନେତ୍ରକୁ ନେଇ ସ୍ପର୍ଶବାକି ଥାଏ । ତାହା ଏହି ଉଭା ଅମାବାସ୍ୟା ଅବସରେ କଜ୍ଜ୍ୱଳ, କୁଙ୍କୁମ , ତେଲ, ଚୁଆ, ଓ କଳା ଇତ୍ୟାଦି ଦେଇ ପୂର୍ଣ୍ଣ କରାଯାଏ ଏବଂ ଜୀଉମାନଙ୍କର ନେତ୍ର ଉନ୍ନୋଚନ କରାଯାଏ ତଥା ଶ୍ରୀ ମନ୍ଦିର ଶିଖରରେ ନୂତନ ନେତ ଲଗାଯାଏା ଏହି କାରଣରୁ ଏହାକୁ ମଧ୍ୟ ନେତ୍ରୋତ୍ସବ କୁହାଯାଏ । ଅନ୍ୟ ଅର୍ଥରେ ନେତ୍ରୋତ୍ସବ ର ଅର୍ଥ ହେଲା ଜୀଉମାନଙ୍କ ଚକ୍ଷୁରେ ନବ ଯୈାବନ ବେଶର ଅନ୍ତିମ ସ୍ପର୍ଶ ।
ନବ ଯୈାବନ ଓ ନେତ୍ରୋତ୍ସବପରେ ଆଷାଢ଼ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ଜିଉମାନେ ରଥଯାତ୍ରାରେ ଶ୍ରୀ ଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ଏହାହିଁ ରଥଯାତ୍ରା ନାମେ ବିଦିତ ।
ନବ ଯୈାବନ ଦର୍ଶନ ଲାଭ ସୁଯୋଗକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବର୍ଷ ବ୍ୟାପି ଅପେକ୍ଷା କରିଥାଆନ୍ତି । ଏଣୁ ଉକ୍ତ ଦିନ ଲକ୍ଷାଧିକ ଲୋକମାନଙ୍କର ମନ୍ଦିରକୁ ସମାଗମ ହେବା ହିଁ ସତ୍ୟ ।

ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା,
ମୋ., ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ