ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ , (ଯୁଗାବ୍ଦ ନ୍ୟୁଜ) ଆଜି ନବଯୌବନ ବେଶରେ ଆଜି ଭକ୍ତଙ୍କୁ ଦର୍ଶନ ଦେବେ ଜଗନ୍ନାଥ ମହାପ୍ରଭୁ । ସୁଚନାଯୋଗ୍ୟ, ଦେବସ୍ନାନ ପୁର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବାପରେ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଚକିତ୍ସିତ ହେଉଥିଲେ ମହାପ୍ରଭୁ । ଜ୍ୱରରୁ ସମ୍ପୁର୍ଣ୍ଣ ଭଲହେବା ପରେ ଗତକାଲି ତ୍ରୟୋଦଶ ତିଥିରେ ପୁରୀରେ ଶ୍ରୀଜିଉଙ୍କର ପଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହୋଇଥିବାବେଳେ ଆଜି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ଅନୁଷ୍ଠିତ ହେବ । ନେତ୍ରୋତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ