ନବରଙ୍ଗପୁର ପଞ୍ଚାୟତ ସମିତି ପକ୍ଷରୁ ନାଟକ“ଭଙ୍ଗା ଚଷମା” ମଞ୍ଚସ୍ଥ
ନବରଙ୍ଗପୁର,(ୱାଇଏନଏସ): ଜିଲା ସାଂସ୍କୃତିକ ମୋହତ୍ସଵ ମଣ୍ଡେଇ ୨୦୨୪ ଉପଲକ୍ଷେ ସ୍ଥାନୀୟ ଶାସ୍ତ୍ରୀ ଭବନ ଠାରେ ମଞ୍ଚ ନାଟକ ୪ ଦିନ ଅନୁଷ୍ଠିତ ହେବ । ଶୁକ୍ରବାର ମଞ୍ଚ ନାଟକ ଉଦ୍ଘାଟିତ ହୋଇଛି । ଏହି ଅବସରରେ ସଂସ୍କୃତି ଭବନରୁ ଏକ ଶୋଭାଯାତ୍ରା ବାହାରି ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାର ଘରଣୀ ମନ୍ଦିର ପହଁଛି ଥିଲା । ପୌରାଣିକ କଥା ବସ୍ତୁକୁ ରାମାୟଣକୁ ନେଇ ଶୋଭା ଯାତ୍ରାରେ ରାବଣ, ଜଟାୟୁ, ଜାମ୍ଭବାନ ବଳି ଅନେକ ବେଶ ବେଶବୁଶାରେ କଳାକାରମାନେ ଜିଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଦେବଦାସ ମୋହାଙ୍କୁଡ଼, ବିକ୍ରମ ଦାଶ୍, ଜିଭିଭି ରବି ପ୍ରସାଦ, ଦୁର୍ଗା ପ୍ରଧାନୀ, ପ୍ରକାଶ ଚନ୍ଦ୍ର ବାରିକ, ଆଲୋକ ସାହୁ, ଉଦିତ ଭାନୁ ଫାଲ୍ଗୁନି ପାତ୍ର ପ୍ରମୁଖ ରହିଥିଲେ । ମାଁ ଭଣ୍ଡାର ଘରଣୀଙ୍କ ନିକଟରେ ପୂଜା ଅର୍ଚନା ପରେ ଆଜ୍ଞାମାଳ ନେଇ ପୁଣି ଏକ ଶୋଭଯାତ୍ରା ଶାସ୍ତ୍ରୀ ଭବନରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଦୁର୍ଗା ପାଢି, ନୀଳକଣ୍ଠ ନାୟକ, କାଳୀ କୀଙ୍କର ପଟନାୟକ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ । ଉଦ୍ଘାଟନୀ ଦିବସରେ ମଞ୍ଚ ନାଟକ “ଭଙ୍ଗା ଚଷମା” ମଞ୍ଚସ୍ଥ ହୋଇଥିଲା । ସ୍ଵାଧୀନତା ପୂର୍ବରୁ ସମସ୍ତ ଙ୍କ ମନରେ ଥିଲା ଅସୁମାରି ସ୍ୱପ୍ନ ଏବଂ ଆଶା । କିଏ କହୁଥିଲେ ରାମରାଜ୍ୟ ଆସିବ, କିଏ କିଏ କହୁଥିଲେ ସୁନାର ଭାରତ । କିଏ ପୁଣି ଭାବିଥିଲା ଶାନ୍ତି ମୈତ୍ରୀ ପ୍ରୀତିର ଦେଶ ଏବଂ କେତେକ ଅନୁମାନ କରୁଥିଲେ ଏ ଦେଶଶ ରୁ ହିଂସା ଉଠିବ। ବାଳୁତ ,ବୃଦ୍ଧ ଏବଂ ନାରୀ କୁ ମିଳିବ ସମ୍ମାନ । ସତ୍ୟ ଧର୍ମ ନ୍ୟାୟହିଁ ରାଜୁତି କରିବ ଏହି ପବିତ୍ର ହିନ୍ଦୁସ୍ଥାନ କୁ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ପାଇବେ ଖାଦ୍ୟ, ବସ୍ତ୍ର,ବାସଗୃହ ପରି ଅତ୍ୟାବଶ୍ୟକ ମୌଳିକ ସୁବିଧା। ସାହାଜ୍ୟ, ସହଯୋଗ, ସ୍ନେହ ପ୍ରେମରେ ବନ୍ଧା ହେବେ ମାନବ ସମାଜ ।ଦେବଭୂମି ଭାରତରୁ ଉଠିବ ଉଚ୍ଚ ନୀଚ, ଛୁଆଁ, ଆଛୁଆଁ, ଭେଦଭାବ । ଉଦୟ ହେବ ଉଦାର ମାନବିକତା, ଭାତୃଭାବ ଏବଂ ଜାତୀୟତା । ମହାପୁରଷଙ୍କ ଜୀବନ ଦାନର ମିଳିବ ଦୃଷ୍ଟାନ୍ତ ଫଳ । ସାରା ବିଶ୍ଵରେ ଭାରତ ଦିନେ ହେବ ବନ୍ଦନୀୟଏବଂ ପୂଜନୀୟ । କିନ୍ତୁ ହୋଇଛି କଣ । ସ୍ଵାଧୀନତାର ଦଶନ୍ଧି ଦଶନ୍ଧି ପରେ ମହାନ ଆତ୍ମା ମାନେ ସ୍ବର୍ଗରୁ ଆସିଛନ୍ତି ମର୍ତ୍ତ୍ୟକୁ ।ପରଖୁଛନ୍ତି ତାଙ୍କ ଆଶା ବିଶ୍ବାସ କୁ। ନିରେଖୀ ଦେଖୁଛନ୍ତି ଦେଖିଥିବା ସ୍ଵପ୍ନ କୁ ଏବଂ ନିସ୍ବାର୍ଥପର ବଳିଦାନ କୁ । କଣ ପାଇଛନ୍ତି ସେମାନେ ଓ କଣ ହରାଇଛନ୍ତି ସେନମାନେ ।
ଏମିତି ଅନେକ ପ୍ରଶ୍ନର ଗୋଟିଏ ହିଁ ଉତ୍ତର କୁ ନେଇ ମଞ୍ଚସ୍ଥ ହୋଇଥିଲା “ଭଙ୍ଗା ଚଷମା” ନାଟକ । ନାଟ୍ୟକାର ଓ ନିର୍ଦ୍ଦେଶକ ଜଗନ୍ନାଥ ବେହେରା ରହିଥିବା ବେଳେ ଅଭିନୟରେ ତ୍ରିଧାରା ନାଟ୍ୟ ସଂଘ, ନବରଙ୍ଗପୁରର କଳାକାର ଦେବୀ ପ୍ରସାଦ ତ୍ରିପାଠୀ,ବିଭୂଦତ୍ତ ସେଠୀ,ରଘୁନ୍ନାଥ ରଥ, ମନୋଜ ମହାରଣା, ଚୈତନ୍ୟ ବେହେରା ,ରିତେଶ ପୂଜାରୀ, ବିବେକ ସାହୁ ,ଶ୍ରୀନିବାସ ପାତ୍ର ,ରତ୍ନାକରତ୍ରିପାଠୀ, ଶ୍ରୀମତୀ ପ୍ରକାଶିନୀ ଚୌଧରୀ,ସୁଶ୍ରୀ ଆଭାଶ୍ରୀ ଦାଶ, କୁମାରୀ ଅର୍ଚିତା ଦାଶ ରହିଥିଲେ। ସଙ୍ଗୀତରେ ଅମର ମହାନ୍ତି,ସୁରେଶ ମହାନ୍ତି, କଣ୍ଠ ଶିଳ୍ପ ସମର, ବେବି ରାଣୀ ରହିଥିଲେ ।