ନବରତ୍ନ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଲୋହିଆ ଏକାଡ଼େମୀରେ ନବରତ୍ନ ସାହିତ୍ୟ ସଂସଦର ବାର୍ଷିକୋତ୍ସବ ସଂସଦର ସଭାପତି ଡକ୍ଟର ଦିବାକର ମାନସିଂହ ଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି – ଶ୍ରୀଯୁକ୍ତ ଶରତ କୁମାର ଦାଶ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବିଶ୍ୱରଞ୍ଜନ, ସମ୍ମାନିତ ଅତିଥି ଭାବେ ଗାଳ୍ପିକ ଶ୍ରୀଯୁକ୍ତ ତରୁଣ କୁମାର ସାହୁ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସଂସଦର ଉପଦେଷ୍ଟା ଶ୍ରୀ ସୁଦର୍ଶନ ପ୍ରଧାନ, ମୁଖ୍ୟ ଉପଦେଷ୍ଟା ଡ. ଶକୁନ୍ତଳା ବଳିୟାରସିଂହ ନିଜର ବକ୍ତବ୍ୟ ରଖିଥିଲେ । ସଂପାଦକ ଡ. ବେଣୁଧର ଦାସ ବିବରଣୀ ପାଠ କରିଥିଲେ ।ଗାଳ୍ପିକ ଦିବାକର ମାନସିଂହ ଙ୍କ ରଚିତ ଗଳ୍ପପୁସ୍ତକକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିବା ବେଳେ ସମ୍ମାନିତ ଅତିଥି ତରୁଣ କୁମାର ସାହୁ ଗଳ୍ପଗୁଡ଼ିକ ଉପରେ ସମୀକ୍ଷା କରିଥିଲେ, ଏହାପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କବିତା ପାଠ କରିଥିଲେ ସୁଷମା ନାୟକ, ଲୋପାମୁଦ୍ରା ଜେନା, ଭାରତୀ ଭୂଷଣ ଓ ସୌଦାମିନୀ ବେହେରା ଓ ଅନେକ କବି । କବି ଅକ୍ଷୟ ସ୍ୱାଇଁ ଓ ସମାଜସେବୀ ସରିତା ପଟ୍ଟନାୟକଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କବି ଡକ୍ଟର ପ୍ରସନ୍ନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ଉପସ୍ଥ୍ାପନା କରିଥିଲେ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ ।


