ନବାଗତ ସଂଖ୍ୟାଲଘୁ କର୍ମୀଙ୍କୁ ବିଜେପି ପକ୍ଷରୁ ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ କର୍ମୀ ମଙ୍ଗଳବାର ଦଳରେ ସାମିଲ ହୋଇଛନ୍ତି । ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପୌରହିତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଅନ୍ୟାନ୍ୟ ଦଳ ପରିତ୍ୟାଗ କରି ଭାଜପାରେ ଯୋଗଦାନ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଭାଜପା ଜିଲା ଉପ-ସଭାପତି ପ୍ରବୀର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାଦରିଆଁ ପଞ୍ଚାୟତରୁ ଶେଖ ନିଆଜି, ଶେଖ ସହିଦ ରାଜା, ଶେଖ ଅବଦୁଲ କରିମ, ଶେଖ ଇଦୁ, ଶେଖ ମେୟର, ଶେଖ ଆରିଫ, ଶେଖ ରମଜାନି, ଶେଖ ସିରାଜ, ଝାନେରା ବିବି, ରୁଜି ବିବି, ସାହେରା ବିବି, ସୁରଜାନ ବିବି, ମନେଗାର ବିବି, ସମିନା ବିବି, ସାଇଦା ବିବି, ଶେଖ ଜାହିଦ, ଶେଖ ତୋହିତ, ଶେଖ ସାହେଜାଦ, ଶେଖ ହସମ, ଶେଖ ହାକିମ ପ୍ରମୁଖଙ୍କ ସମେତ ସହଯୋଗୀମାନେ ଭାଜପାରେ ଯୋଗଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପାରେ ଯୋଗ ଦେଇଥିବା ସେମାନେ କହିଛନ୍ତି ।ଏହି ଅବସରରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧରେ ନୂତନ କର୍ମକର୍ତ୍ତାଙ୍କୁ ଅବଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ – ସବକା ବିଶ୍ୱାସ’ ମନ୍ତ୍ରର ଏହା ପ୍ରତିଫଳନ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରଡ଼ା, ଉପ-ସଭାପତି କମଳଲୋଚନ ଦାସ, ଜିଲା ସମ୍ପାଦକ ଆଶିଷ ଘୋଷ, ଜିଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ପାଉଁଶକୁଲି ମଣ୍ଡଳର ସଭାପତି ଭୂପେନ ସାହୁ, ପ୍ରଭାରୀ ବିନୋଦ ବିହାରୀ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ପ୍ରଧାନ, ନିରଞ୍ଜନ ପାତ୍ର, ରାମଚନ୍ଦ୍ର ବେଶ୍ରା, କରୁଆ ପଞ୍ଚାୟତର ବଳରାମ କର, \”ମନ କି ବାତ’ ଜିଲା ସହ-ପ୍ରମୁଖ ରବୀନ୍ଦ୍ର ପାତ୍ର ପ୍ରମୁଖ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ