ନର୍ଲା ଡାକ୍ତର ଖାନା ରେ ଦୁଇ ମହିଳା ଡାକ୍ତର କୁ କରୋନା ପଜିଟିଭ,ନର୍ଲା ମେଡିକାଲ ସର୍ଟ ଡାଉନ କଲା ପ୍ରଶାସନ
କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲାର ନର୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଦୁଇ ମହିଳା ଡାକ୍ତର ଙ୍କୁ କରୋନା ପଜିଟିଭ ଥିବା କଳାହାଣ୍ଡି ସିଡିଏମଓ ସୂଚନା ଦେଇଛନ୍ତି । ତେଲେଙ୍ଗାନା ଫେରନ୍ତା ପ୍ରବାସୀ ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାତ ଦିନିଆ କ୍ୱାରେଣ୍ଟିଂନ ରହିବା ପରେ ଘରକୁ ଆସି ପୁଣି ସାତ ଦିନିଆ ହୋମ କ୍ୱାରେଣ୍ଟିଂନ ରେ ରହିବା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନର୍ଲା ମେଡିକାଲ କୁ ଆସିଥିଲେ ସେଠାରେ ଉକ୍ତ ଦୁଇ ମହିଳା ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ସେହି ଦୁଇ ଡାକ୍ତର ଙ୍କୁ ମଧ୍ୟ ରିପୋର୍ଟ ରେ ପଜିଟିଭ ବାହାରିବା ପରେ ତାଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲ କୁ ନିଆଯିବା ପରେ ସ୍ଥାନୀୟ ନର୍ଲା ମେଡିକାଲ କୁ ସାନିଟାଇଜ କରାଯାଇଛି ଓ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସଟ ଡାଉନ ଘୋଷଣା କରିଛନ୍ତି କଳାହାଣ୍ଡି ଜିଲ୍ଲା ପ୍ରଶାସନ।