ନାଉଗାଁବ୍ଳକର ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କର ପୂଜାର୍ଚ୍ଚନା

ନାଉଗାଁ :ପବିତ୍ର ଶ୍ରୀ ପଂଚମୀ ଅବସରରେ ନାଉଗାଁ ବ୍ଳକର ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଓ କ୍ଲବ ମାନଙ୍କରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କର ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଳକର ନାଉଗାଁହାଟ ଉଚ୍ଚ ବିଦ୍ୟାଳୟ,ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟ, ଗୋପବବନ୍ଧୁ ସ୍ମାରକୀ ବିଦ୍ୟାପୀଠ ତିରୁଣା,ନାଉଗାଁସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ,ଦେବୀଦୋଳସ୍ତିତ ମା କୁତାମ ଚଣ୍ଡୀ ମହାବିଦ୍ୟାଳୟ ଦେବୀଦୋଳ,ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳାଭଣଜା ମହାବିଦ୍ୟାଳୟ,ନାଉଗାଁ ଉତ୍କଳମଣୀ ଶିଶୁ ଶିକ୍ଷାମନ୍ଦିର,ଡେରିକି ମା ସରସ୍ୱତୀ ଶିଶୁ ମନ୍ଦିର, ଗଂଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂରାଜୀ ବିଦ୍ୟାଳୟ,ମୁଣ୍ଡାଳୋସ୍ଥିତ ଶ୍ରମା ଅରବନ୍ଦି, ମୁଣ୍ଡାଳୋସ୍ଥିତ ଗ୍ରେଟ ଆଇଟିଆ, ଜାମୁଗାଁସ୍ଥିତ ସରକାରୀ ପଲିଟେକିନ କଲେଜ, ତିହୁଡା ସରସ୍ୱତୀ ଶିଶୁ ମନ୍ଦିର, ବାଲିମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟରେ ଏହି ପୂଜା ଛାତ୍ରଛାତ୍ରୀମାନେ ପାଳନ କରିଛନ୍ତି । ବିଦ୍ୟାଳୟ ମାନଙ୍କରେ ମାଙ୍କର ମୃଣ୍ମୟୀ ମୂର୍ତିକୁ ରଙ୍ଗ ବେରଙ୍ଗର କାଗଜ ଓ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା ।ଏହି ଉପଲକ୍ଷେ ଶାଳିଜଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ମାତୃ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସେହିପରି ବିଭିନ୍ନ ଗ୍ରାମରେ ଥିବା ଯୁବକ ସଂଘ ମାନଙ୍କରେ ସରସ୍ୱତୀ ପୂଜାକୁ ବେଶ ଧୁମ ଧାମରେ ପାଳନ କରାଯାଉଛି । ତିରୁଣାର ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ମା’ଙ୍କ ପୂଜା କରାଯାଉଥିବା ବେଳେ ଗୋଠଦାସ୍ଥିତ ମା ସରସ୍ୱତୀ ୟୁଥକ୍ଳବ ଗୋଠଦା ପକ୍ଷରୁ ସରସ୍ୱତୀ ପୂଜା ମହାସମାରୋହରେ ପାଳନ କରାଯାଉଛି । ୪ ଦିନ ବ୍ୟାପି ଚାଲିବାକୁ ଥିବା ଏହି ପୂଜାରେ ମାଙ୍କ ଷୋଡଶ ଉପଚାର ପୂଜା କରାଯିବ । ଏହି କାର୍ଯ୍ୟକ୍ରମକୁ ମା ସରସ୍ୱତୀ ୟୁଥ କ୍ଳବର ସଦସ୍ୟମାନେ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ