ନାଉଗାଁରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ
ନାଉଗାଁ : ବ୍ଳକ ଘୋଡାଂଶ ପଂଚାୟତର ତୋଟାପାଟଣା ଗ୍ରାମରେ ବିଜୁ ଜନତା ଦଳର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ହୋଇଛି । ବ୍ଲକ ସଭାପତି ସୁଜିତ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜଗତସିଂହପୁର ବିଜୁ ଯୁବ ଜନତା ଦଳ ସଭାପତି ତଥା ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସ, ରାଜ୍ୟ ମହିଳା ବିଜେଡି ସଂପାଦକ ମିନତୀ ଦାସ, ରାଜ୍ୟ ପରିଷଦ ସଭ୍ୟା ଏଲିନା ଦାସ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଭୁ ଚରଣ ଦାସ, ବିଜେଡି ନାରୀନେତ୍ରୀ ରୀତା ମହାନ୍ତି, ରଂଜୁବାଳା ମୁଦୁଲି, ବିଜୟଲକ୍ଷ୍ମୀ ମହାନ୍ତି, ଆରତି ସାହାଣୀ, ନିବେଦିତା ସାହୁ, ଛାତ୍ରନେତା ପୃଥିରାଜ ମହାନ୍ତି, ଆଲୋକ ମହାନ୍ତି, ଜ୍ଞାନ ରଂଜନ ସାହୁ, ଲୋକନାଥ ଦାସଙ୍କ ସହିତ ବିଜୁ ଜନତା ଦଳର ସମର୍ଥିତ ସମସ୍ତ ସରପଂଚ,ସମିତି ସଭ୍ୟ ଓ ଶତାଧିକ ଦଳୀୟ କର୍ମୀ ସାମିଲ ଥିଲେ । ଏହି ଅବସରରେ ବିଜେଡି ସରକାରଙ୍କ ଜନହିତକାରୀ କାର୍ଯ୍ୟ ସଂର୍ପକରେ ଆଲୋକପାତ କରିଥିଲେ ।


