ନାଉଗାଁରେ ଜନ୍ମାଷ୍ଟମୀ ପାଳିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଳକର ବିଭିନ୍ନ ଦେବାଳୟରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଦେବାଳୟ ମାନଙ୍କରେ ପୂଜାର୍ଚ୍ଚନା କରିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ସେହିପରି ବିଭିନ୍ନ ବିଦ୍ୟାଳୟରେ ଶିଶୁମାନେ ରାଧାକୃଷ୍ଣ ବେଶରେ ନିଜକୁ ସୁ ସଜ୍ଜିତ କରି ଆସିଥିବାର ଦେଖା ଯାଇଥିଲା । ତିହୁଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପିଲାମାନେ ନିଜକୁ ରାଧାକୃଷ୍ଣ ବେଶରେ ସୁସଜ୍ଜିତ କରି ଜାଗୁଳାଇ ମନ୍ଦିର ପରିସରକୁ ଆସିଥିଲେ । ମନ୍ଦିର ପରିସରରେ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସଙ୍କ ସଭାପତିତ୍ୱରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବାବା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲିଳା ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ । ସେହିପରି ଶାଳଜଙ୍ଗାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିନ କରାଯାଇଛି । ବିଦ୍ୟାଳୟର ପିଲାମାନେ ନିଜକୁ ରାଧାକୃଷ୍ଣ ବେଶରେ ସଜ୍ଜିତ କରି ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିଥିଲେ ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ସମାଜସେବୀ ବିଚିତ୍ର କୁମାର ପଣ୍ଡା ଯୋଗ ଦେଇ ପିଲାମାନଙ୍କୁ ପୁରାଣ ବର୍ଣ୍ଣିତ ରାଧାକୃଷ୍ଣଙ୍କ ଜିବନୀ ଓ ଜନ୍ମାଷ୍ଟମୀ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରାଧନ ଆଚାର୍ଯ୍ୟ ବାବୁରାମ ବାରିକଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ପରିଚାଳନା କରିଥିଲେ ।


