ନାଉଗାଁରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ
ନାଉଗାଁ, (ଓ୍ବାଇଏନ୍ଏସ୍):ମହାନ ଜନନାୟକ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ନ ବାର୍ଷିକ ଉତ୍ସବ ନାଉଗାଁ ବ୍ଲକର ୮ଟି ସ୍ଥାନରେ ପାଳିତ ହୋଇଯାଇଛି । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ସ୍ମୃତି ପରିଷଦର ରାଜ୍ୟ ସଭାପତି ମାନସ ରଂଜନ ଦାଶଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନାଉଗାଁ ବ୍ଲକର ୮ଟି ସ୍ଥାନରେ ଷ୍ଟଲ ପ୍ରସ୍ତୁତ କରାଯାଇଥିଲା । ଏହି ଷ୍ଟଲ ମଧ୍ୟରେ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ଉର୍ଦ୍ଦେଶ୍ୟରେ ନୂତନ ବର୍ଷର କ୍ୟାଲେଣ୍ଡର ଗୁଡିକ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଷଦର ରାଜ୍ୟ ସଂପାଦକ ଭିକାରୀ ସ୍ୱାଇଁ ପରିଚାଳନା କରିଥିବା ବେଳେ ପରିଷଦର କାର୍ଯ୍ୟକର୍ତା ରୋହିତ ନାୟକ, ସୁଦର୍ଶନ କାଣ୍ଡୀ, ପ୍ରବୋଧ ମହାନ୍ତି, ଅରବିନ୍ଦ ମଲ୍ଲିକ, ସୁନାକର ସେଠୀ, ସୁରେଶ ମୁଦୁଲି, ରଫନ ଜେନାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ ।