ନାଉଗାଁରେ ବାତ୍ୟା ଫନି ପାଇଁ ରିଲିଫ ବଂଟନ ପ୍ରକିୟା ଆରମ୍ଭ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକରେ ବାତ୍ୟା ଫନି ପାଇଁ ରିଲିଫ ବଂଟନ ପକ୍ରିୟା ଆରମ୍ଭ ହୋଇଛି । ନାଉଗାଁ ବ୍ଳକସ୍ଥିତ ୧୬ଟି ପଂଚାୟତର ୩୧ଟି ରିଟେଲ ପଂଏଟରେ ଏହି ପ୍ରକିୟା ଚାଲିଛି । ଏଥିରେ ନାଉଗାଁ ବ୍ଲକର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜାନର ୧୬ହଜାର ୬୩୭ଜଣ କାର୍ଡଧାରୀ ରହିଥିବା ବେଳେ ଏଥିରେ ୬୫ ହଜାର ୦୭୮ ଜଣ ହିତାଧିକାରୀ ରହିଛନ୍ତି । ଏହି ପ୍ରକିୟାରେ ପ୍ରତି ହିତାଧିକାରୀଙ୍କୁ ମୁଣ୍ଡପିଛା ୫ କେଜି ମାଗଣାରେ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ କାର୍ଡ ପିଛା ୫୦୦ଟଙ୍କା ପ୍ରଦାନ କରାଯାଉଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ୨୦୧୨ ମସିହା ଜନଗଣନା ଅନୁସାରେ ନାଉଗାଁ ବ୍ଲକରେ ୨୬ହଜାର ୮୮୧ଟି ଗୋ-ମହିଁଷାଦି ଅଛନ୍ତି । ବାତ୍ୟା ଫନି ବାବଦକୁ ଏ ସମସ୍ତ ପାଇଁ ରିଲିଫ ଆଧାରରେ ଆସିଥିବା ୨ ମେଟ୍ରିକ ଟନ ଗୋଖାଦ୍ୟ ସମସ୍ତ ପଂଚାୟତକୁ ପ୍ରଦାନ କରାଯାଇଛି । କିନ୍ତୁ ଏହି ଗୋ ଖାଦ୍ୟକୁ ଗ୍ରାମର ୱାର୍ଡ ସଭ୍ୟଙ୍କ ଦ୍ୱାରା ଗୋ ଚାଷୀଙ୍କୁ ଚିହ୍ନଟ କରାଯାଇ ଗୋ ଖାଦ୍ୟ ପ୍ରଦାନ କରାଯିବ ବୋଲି ବ୍ଲକ ପଶୁ ଚିକିତ୍ସାଧିକାରୀ ପ୍ରଭାତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।