ନାଉଗାଁରେ ବ୍ୟାସକବି ଜୟନ୍ତୀ ପାଳିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କଂଟୁଣିଆସ୍ଥିତ ଫକୀରମୋହନ ସେନାପତି ମେମୋରିଆଲ ଲାଇବ୍ରେରୀ ଆନୁକୁଲ୍ୟରେ ପଂଚମ ବାର୍ଷିକ ଉତ୍ସବ ତଥା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ଅନୁସାରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଠଦା ମଠର ମଠାଧିଶ ଚିନ୍ତାମଣି ପର୍ବତ ଗୋସ୍ୱାମୀ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ତାଙ୍କ ସହିତ ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବରେ ଡା.ଚାଇନା ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜାମୁଗାଁ ପଂଚାୟତର ସରପଂଚ ଲଲାଟେନ୍ଦୁ ପରିଡା,ପାଠାଗାରର ମୁଖ୍ୟ ଆବାହକ ତଥା ପାରାଦ୍ୱୀପ ପୋର୍ଟର ପୂର୍ବତନ ଟ୍ରଷ୍ଟୀ ପ୍ରତାପ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ପାଠାଗାରର ସଂପାଦକ ହିମାଂଶୁ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ତ୍ରିଲୋଚନ ପାଢୀ ଉତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପସ୍ଥାପନ କରିବା ସହ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପାଠାଗାରର ବାର୍ଷିକ ମୁଖପତ୍ର “ଅକ୍ଷର”ର ଶୁଭ ଉନ୍ମୋଚନ କରାଯାଇଥିଲା । ଉକ୍ତ ଉତ୍ସବରେ ପାଠାଗାରର ଉପଦେଷ୍ଟା ନିରଂଜନ ମହାନ୍ତି, ପାଠାଗାରର କର୍ମକର୍ତା ଅକ୍ଷୟ କୁମାର ରାଉତ, ପ୍ରସନ୍ନଜିତ ସାହୁ, ବସନ୍ତ କୁମାର ଦାସ, ସଭାପତି ରୁଦ୍ର ପ୍ରସନ୍ନ ପ୍ରଧାନ, ସଂଗଠନ ସଂପାଦକ ଅଜିତ ରାୟ, ଉପସଭାପତି ପ୍ରଦୀପ୍ତ ରାୟ, କୋଷାଧକ୍ଷ ସ୍ମୃତିରଂଜନ ପରିଡା, ବୁଲାକି ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।


