ନାଉଗାଁରେ ଶାରଦୀୟ ଦୁର୍ଗାପୂଜା

ନାଉଗାଁ,: ଶାରଦୀୟ ଦୁର୍ଗାପୂଜା ପାଇଁ ନାଉଗାଁ ଅଂଚଳ ଉତ୍ସବ ମୁଖର ହୋଇପଡିଛି । ନାଉଗାଁହାଟ, ଗଂଗଦାହାଟ, କଂଟୁଣିଆହାଟ, ସୁଦ୍ଧକଣ୍ଠି, ନନ୍ଦିଗ୍ରାମ ଓ ଗଳଦାରୀ ଆଦି ସ୍ଥାନରେ ମା’ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଛି । ଆଜି ମା’ଙ୍କର ମହାସପ୍ତମୀ ପୂଜା ଯଥାରିତିରେ କରାଯାଉଛି । ଏ ସମସ୍ତ ମଣ୍ଡପ ଗୁଡିକ ଆର୍କଷଣୀୟ ତୋରଣ ସାଙ୍ଗକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ଏହି ଅବସରରେ ପୂଜା ମଣ୍ଡପରେ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସେହିପରି ନାଉଗାଁ ବ୍ଲକଛକ, ମୁଣ୍ଡାଳୋରେ ଶିବ ପାର୍ବତୀଙ୍କ ପୁଜା ଅନୁଷ୍ଠିତ ହେଉଛି । ଏହି ସମସ୍ତ ପୂଜା ମଣ୍ଡପ ଗୁଡିକ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ନାଉଗାଁ ଥାନା ଆରକ୍ଷୀ ନିରୀକ୍ଷିକା ପ୍ରଜ୍ଞା ରିତାମ୍ବର କରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ