ନାଉଗାଁ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜର ସିଂଚନ
ନାଉଗାଁ,(ଓ୍ବାଇଏନ୍ଏସ୍):କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାନ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ନାଉଗାଁ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ସାନିଟାଇଜର ସିଂଚନ କାର୍ଯ୍ୟକ୍ରମ କରାଯାଉଛି । ନାଉଗାଁ ଅଗ୍ନିଶମ ସେବା କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ମୋହନ କୁମାର ଦଳାଇ ନିର୍ଦ୍ଦେଶକ୍ରମେ କେନ୍ଦ୍ରର ହାବିଲଦାର ଅଜ୍ଜୁନ ନାୟକ ତତ୍ୱାବଧାନରେ ଆଗ୍ନିକ କର୍ମଚାରୀ ସୁନୀଲ ରଂଜନ ଦାସ, ମନମୋହନ ମଲ୍ଲିକ, ସୁଦର୍ଶନ ସାହୁଙ୍କ ସମେତ ଗାଡି ଚାଳକ ସିତାଂଶୁ ଦାସ ପ୍ରମୁଖ ଡେରିକିସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସମସ୍ତ ମେଡିସିନ୍ ଷ୍ଟୋର ଆଦିରେ ବିଶୋଧକ ସିଂଚନ କରିଥିଲେ । ନାଉଗାଁ ବ୍ଲକରେ ଥିବା ସମସ୍ତ ପଂଚାୟତ କାର୍ଯ୍ୟାଳୟ, ଜନଗହଳି ପୂର୍ଣ୍ଣ ସ୍ଥାନ ଆଦିରେ ସାନିଟାଇଜର ସିଂଚନ ବୋଲି ଶ୍ରୀ ଦଳାଇ ସୂଚନା ଦେଇଛନ୍ତି । ଅନ୍ୟପଟରେ ନାଉଗାଁ ବ୍ଲକରେ ଥିବା ରାସନ ରିଟେଲ ପଂଏଟକୁ ସାନିଟାଇଜେସନ କରାଯିବାକୁ ସାଧାରଣରେ ଦାବି ହେଉଛି ।