୩ ପେଟି ଚୋରା ମଦ ଜବତ ୨ ଗିରଫ
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ପଂଚାୟତ ଦେବୀଦୋଳ ସେତୁ ନିକଟରେ ଚୋରା ମଦ ଆଣି ଆସୁଥିବା ୨ଜଣ ଯୁବକଙ୍କୁ ରବିବାର ନାଉଗାଁ ପୋଲିସ ଗିରଫ କରିଛି । ଉକ୍ତ ଯୁବକ ୨ ଜଣ ହେଲେ ଦିପକ କୁମାର ସ୍ୱାଇଁ ଓରଫ ବାପି,ବିଶ୍ୱଜିତ ନାୟକ । ତାଙ୍କ ଘର ବାଲିକୁଦା ଥାନା ଅଂଚଳରେ ବୋଲି ଜଣାଯାଇଛି । ସୂଚନା ମୁତାବକ ଦେବୀ ନଦୀ ଅପରପାଶ୍ୱର୍ରୁ ଉକ୍ତ ୨ ଯୁବକ ଏକ ଗାଡି ନଂ ଓଆର ୨୧ ଏ-୯୩୩୭ରେ ଜଣ ମଦ ଆଣି ଆସୁଥିବା ସମୟରେ ସେତୁ ଉପରେ କାର୍ଯ୍ୟରତ ପୋଲିସ ସେମାନଙ୍କୁ ଅଟକାଇଥିଲେ । କିନ୍ତୁ ସେଠାରେ ସେମାନେ ନ ଅଟକି ଦ୍ରୁତ ଗତିରେ ଗଜରାଜପୁର ଗ୍ରାମ ମଧ୍ୟକୁ ପଶି ଆଶିଥିଲେ । ଗ୍ରାମ ନିକଟରେ ଗାଡିରୁ ତେଲ ସରିବା ପରେ ଆଉ ଆଗକୁ ଯାଇ ପାରି ନଥିଲେ । ସେଠାରେ ସ୍ଥାନୀୟ ଲୋକ ଓ ପୋଲିସ ମିଶି ସେମାନଙ୍କୁ ଧରି ନେଇଥିଲେ । ପରେ ୨ଜଣଙ୍କୁ ଗିରଫ କରାଯାଇ ଥାନାକୁ ଅଣାଯାଇଥିଲା । ତାଙ୍କ ନିକଟରୁ ୩ ପେଟି ବିଦେଶୀ ମଦ ଓ ଏକ ମଟର ସାଇକେଲ ଗାଡି ଜବତ କରାଯାଇଛି । ଉକ୍ତ ଯୁବକ ୨ଜଣ ବାଲିକୁଦା ଅଂଚଳକୁ ମଦ ନେଇ ଯାଉଥିବା ସୂଚନା ମିଳିଛି । ଥାନା ପକ୍ଷରୁ ୬୬/୨୦୨୦ରେ ଏକ ମାମଲା ରୁଜୁ କରାଯିବା ସହିତ ୨ଜଣଙ୍କୁ ଗିରଫ କରାଯାଇଥିବା ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନନ ସାହୁ ପ୍ରକାଶ କରିଛନ୍ତି ।


