ନାଉଗାଁ କୃଷି କାର୍ଯ୍ୟାଳୟରୁ କୃଷି ରଥ ଗଡିଲା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷକମାନଙ୍କୁ କୃଷି ସମ୍ବଦ୍ଧୀୟ ସଚେତନତା କରାଯିବା ପାଇଁ କୃଷି ରଥ ସୋମବାର ଶୁଭାରମ୍ଭ କରାଯାଇଛି । ଏହି ରଥକୁ ଜିଲ୍ଲା କୃଷି ଅଧିକାରୀ ପ୍ରଫୁଲ କୁମାର ସେଠୀ, ଉପ ପ୍ରକଳ୍ପ ନିର୍ଦ୍ଦେଶକ ନିରଂଜନ ମହାନ୍ତି, ସହକାରୀ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ କୁମାର ପାଢୀ, ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ ପ୍ରମୁଖ ଉପସ୍ଥିର ରହି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କୃଷି ରଥ କାର୍ଯ୍ୟାଳୟ ବାହାରି ବ୍ଲକର ସମସ୍ତ ପଂଚାୟତର ଛକ ଓ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ରଥ ସହିତ ନୃତ୍ୟ ଗୀତ ମାଧ୍ୟମରେ କୃଷି ସମ୍ପର୍କରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ କୃଷକ କର୍ମଚାରୀ ବିଧାନ ପରିଜା, ବିଶ୍ୱଜିତ ପରିଡା, ଏଟିଏମ ଅଭିଜିତ ସେଠୀ, ପ୍ରିୟଦର୍ଶୀ ଦେବାଶୀଷ ଦାସ, ରାଜକିଶୋର ବାରିକ, ବିଟିଏମ ଦୀପକ ରଶ୍ମୀ ଦାସ ପ୍ରମୁଖ ପରିଚାଳନା କରିଥିଲେ ।