ନାଉଗାଁ ଦଳିତ ଓ ଆଦିବାସୀ ସଂଘର ବନ୍ଧୁମିଳନ ଉତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖରଘାଟ ନିକଟରେ ନାଉଗାଁ ବ୍ଲକ ଦଳିତ ଓ ଆଦିବାସୀ ସଂଘ ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଇନ୍‌ଜୀବି ସୁରେଶ ଦାସଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସଂଘ ପକ୍ଷରୁ ସ୍ୱଗଃର୍ତା ବାସନ୍ତି ଦାସଙ୍କ ଉଦ୍ଦେଶ୍ୟରେ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସଂଘ ପକ୍ଷରୁ ସଡକ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇ ରାସ୍ତାରେ ହେଲମେଟ ପିନ୍ଧିଥିବା ବାଇକି ଚାଳକ ଓ ସିଟ୍ ବେଲଟ ଭିଡିଥିବା ଚାରିଚକିଆ ଗାଡି ଚାଳକଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ହେଲେମେଟ୍ ଓ ସିଟ୍ ବେଲଟ୍ ପିନ୍ଧି ନ ଥିବା ଗାଡି ଚାଳକକୁ ଟ୍ରାଫିକ୍ ନିୟମ ମାନି ଗାଡି ଚଳାଇବାକୁ ଅନୁରୋଧ କରିଥିଲେ । ସଂଘ ପକ୍ଷରୁ ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଓ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ସ୍ୱାମୀ ଦିଲ୍ଲିପ ଲେଙ୍କାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ପ୍ରାଧ୍ୟାପକ ବିନୋଦ ବିହାରୀ ବେହୁରା, ସଦସ୍ୟ ରମେଶ ଚନ୍ଦ୍ର ଦାସ, ଭ୍ରମରବର ଗୋଛାୟତ, ଶଙ୍କର ସେଠୀ, ଚିତରଂଜନ କାଣ୍ଡୀ, ପ୍ରଶାନ୍ତ ଭୋଇ, ବିନୋଦ ସେଠୀ,ପ୍ରଭୁଚରଣ ଦାସ, ଗୌରାଙ୍ଗ ଦାସ, ଚେଣୁଧର ଦାସ, ତୋଫାନ ଜେନା, ଶାଶ୍ୱତ ନାୟକ, ଅଭୟ ଲେଙ୍କା ପ୍ରମୁଖ ଯୋଗ ଦେଇ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ବାଂଶ ପଂଚାୟତର ନବ ନିର୍ବାଚିତ ନାଏବ ସରପଂଚ ଭ୍ରମବର ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ