ନାଉଗାଁ ପୋଲିସର ମାସ୍କ ଚେକିଂ ଓ ସଚେତନତା

ନାଉଗାଁ, (ୱାଇଏନ୍‌ଏସ୍‌): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସ୍ୱତନ୍ତ୍ର ଭାବେ ୧୦ ଦିନ ପାଇଁ ସଚେତନତା କରିବା ସହିତ ମାସ୍କ ଚେକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନାଉଗାଁ ପୋଲିସ ପକ୍ଷରୁ ନାଉଗାଁ ବଜାର, ଗଂଗଦାହାଟ, ଶଖରସେତୁ ଆଦି ଠାରେ ମାସ୍କ ଚେକିଂ କଡାକଡି କରାଯିବା ସହିତ ସଚେତନତା କରାଯାଉଛି । ଥାନା ଏସଆଇ ପ୍ରତାପ ଦାଶଙ୍କ ତତ୍ୱାବଧାନରେ ଏଏସଆଇ ଅଶୋକ କୁମାର ମହାନ୍ତି, ହାବିଲଦାର ପବିତ୍ରମୋହନ ପରିଜାଙ୍କ ସହ ଅନ୍ୟ ସହକର୍ମୀମାନେ କାର୍ଯ୍ୟକ୍ରମରେ ସାମିଲ ଅଛନ୍ତି । ଯେଉଁମାନେ ମାସ୍କ ନପିନ୍ଧି ଖୁଲମଖୁଲା ଯାଉଥିଲେ ସେମାନଙ୍କ ଠାରୁ ଦୁଇ ଦିନରେ ୬ ହଜାର ୨ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ