ନାଉଗାଁ ପ୍ରାଥମିକ କୃଷି ସମବାୟ ସମିତିର ଧାନ ମଣ୍ଡି ଉଦଘାଟନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକରେ ମଙ୍ଗଳବାର ନାଉଗାଁ ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ପ୍ରଥମ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ସମିତିର ସଭାପତି ଅନିଲ କୁମାର ଲେଙ୍କା ଆନୁଷ୍ଠାନିକ ଭାବେ ମଣ୍ଡିକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଆରସିଏସର ଶିବ ପ୍ରସାଦ ମହାନ୍ତି, କଟକ ସିସିବିର ନାଉଗାଁ ଶାଖା ପରିଚାଳକ ମନୋରଂଜନ ଦାସ, ସଂପାଦକ ଜ୍ୟୋତି ପ୍ରକାଶ ଲେଙ୍କା, ବିରଂଚି ପରିଡା, ଅଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଧାନ କ୍ରୟ କମିଟିର ସଦସ୍ୟ ଜଗନ୍ନାଥ ଦାସ, ଗୋପାଳ ଚନ୍ଦ୍ର ସାହାଣୀ, ଅନୁପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୨୨ଜଣ ଚାଷୀଙ୍କ ଠାରୁ ୬ଶହ କୁଂଟାଲ ଧାନ ସଂଗ୍ରହ କରାଯାଇଛି । ମଣ୍ଡିରେ ଧାନ ଦେବା ପାଇଁ ୧୩ ଜାନୁଆରୀରେ ଅନ୍‌ଲାଇନ ମାଧ୍ୟମରେ ଚାଷୀଙ୍କ ମୋବାଇଲକୁ ମେସେଜ ମାଧ୍ୟମରେ ଧାନ ସଂଗ୍ରହ ପାଇଁ ସୂଚନା ପ୍ରଦାନ କରାଯାଇଥିଲା । ଏହି ମଣ୍ଡିରୁ ଧାନ ନେବାପାଇଁ ସରକାରଙ୍କ ତରଫରୁ ୪ଜଣ ମିଲରଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ହେଲେ ସମ୍ବଲପୁରର ଶାନ୍ତି ରାଇସ ମିଲ, ଜୟ ହନୁମାନ, ମିତଲ, ଜଗଦମ୍ବା ଆଗ୍ରୋ ରାଇସ ମିଲ । ସୂଚନା ଯୋଗ୍ୟ ଯେ ଏହି ସମିତି ମାଧ୍ୟମରେ ୮ହଜାର କୁଂଟାଲ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ସର୍ବ ମୋଟ ୬୩୮ଜଣ ଚାଷୀ ନାମ ପଂଜୀକୃତ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ