ନାଉଗାଁ ବଜାରେ ଥିବା ସରକାରୀ ସୀକୃତିପ୍ରାପ୍ତ ସାର ଦୋକାନ ଉପରେ ଜିଲ୍ଲା କୃଷି ବିଭାଗ ତରଫରୁ ଚଢଉ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅଂଚଳରେ ଗୁରୁବାର ଜିଲ୍ଲା କୃଷି ବିଭାଗ ତରଫରୁ ୪ଟି ୍ନ ସରକାରୀ ସ୍ୱୀକୃତି ପ୍ରାସ୍ତ ସାର ଦୋକାନ ଉପରେ ଚଢଉ କରାଯାଇଥିଲା । ଅଧିକାରୀମାନେ ଦୋକାନରେ ରଖା ଯାଇଥିବା ଗଚ୍ଛିତ ସାରର କାଗଜପତ୍ର ଯାଂଚ କରିବା ସହିତ ଦୋକାନ ସମ୍ମୁଖରେ ସାରର ସରକାରୀ ମୂଲ୍ୟ ସହ ସୂଚନା ଫଲକ ଲେଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସରକାରୀ ମୂଲ୍ୟ ଠାରୁ ଅଧିକ ଦାମରେ ସାର ବିକ୍ରି ନ କରିବା ପାଇଁ ଚେତାବନୀ ଦେଇଥିଲେ । ଯଦି କୌଣସି ଦୋକାନ ନାମରେ ସାର ଚଢା ଦରରେ ବିକ୍ରି କରିବାର ଅଭିଯୋଗ ଆସେ ତେବେ ତାଙ୍କ ବିରୁଦ୍ଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ତଦନ୍ତରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରାଜକିଶୋର ଦାସ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ,ବ୍ଳକ କୃଷି କାର୍ଯ୍ୟାଳୟର ଏଟିଏମ ଅଭିଜିତ୍ ସେଠୀ, ଦେବାଶିଷ ଦାସ ଆଦି ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ ଚାଷୀଙ୍କ ଆବଶ୍ୟକୀୟ ଠାରୁ ଉକ୍ତ ବ୍ଳକରେ କମ୍ ପରିମାଣର ସାର ରହିଥିବା ବେଳେ ଏହାର ସୁଯୋଗ ନେଇ ଅନେକ ବ୍ୟବସାୟୀ କଳାବଜାରରେ ଚଢାଦରରେ ସାର ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ