ନାଉଗାଁ ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର
ନାଉଗାଁ,(ଓ୍ବାଇଏନ୍ଏସ୍): ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ନାଉଗାଁ ବିଜେପି ମଣ୍ଡଳ ପକ୍ଷରୁ ଶନିବାର ଡେରିକି ପଂଚାୟତର ଗଂଗଦାସ୍ଥିତ ମଉଳା ଭଣଜା ମନ୍ଦିର ଠାରେ ଦଳର ଯୁବ ଓ ବରିଷ୍ଟ କର୍ଯ୍ୟକର୍ତାକୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ବିଜେପି ମଣ୍ଡଳ ସଭାପତି ନିଲୁରାମ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ, ଜିଲ୍ଲା ସଂପାଦକ ଜଗନ୍ନାଥ ଦାସ, ଉପସଭାପତି ସୌଭାଗ୍ୟ ମହାନ୍ତି, ଜିଲ୍ଲା ସଂପାଦକ ମୋହିତ ମହାନ୍ତି, ବାଲିକୁଦା-ଏରସମାର ଶିବବ୍ରତ ଦାସ, ସଂଜୟ ମହାନ୍ତି, ନୃସିଂହ ଚରଣ ସାହୁ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ନାଉଗାଁ ଅଂଚଳରେ ବିଜେପିର ଶକ୍ତି କିପରି ବୃଦ୍ଧି କରାଯିବ ଗୁରୁତ୍ୱାରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଯୁବସଭାପତି ନିଗମାନନ୍ଦ ପରିଡା, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀକାନ୍ତ ସ୍ୱାଇଁ, ପୂର୍ବତନ ଜିଲ୍ଲା କାର୍ଯ୍ୟକାରିଣୀ ସଦ୍ୟସ ଭିକାରୀ ସ୍ୱାଇଁ, ବିଜୟ କୁମାର ଦାସ, ପବିତ୍ର ପଣ୍ଡା, ସୁନାକର ସେଠୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।